କାଳ ବୈଶାଖୀର ତାଣ୍ଡବ: ଗଛ ଉପୁଡି ରାସ୍ତା ଅବରୋଧ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ଅପରାହ୍ନ ସମୟରେ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । କେଉଁଠି ଗଛ ଡାଳ ଭାଙ୍ଗି ରାସ୍ତା ଉପରେ ପଡିଥିବା ବେଳେ କେଉଁଠି ବଡ ବଡ ଗଛ ଉପୁଡି ରାସ୍ତା ଅବରୋଧ ହୋଇଥିବା ଜଣାଯାଇଛ । ପ୍ରକାଶ ଯେ, ଅପରାହ୍ନ ସମୟରେ ହଠାତ୍ କଳା ହାଣ୍ଡିଆ ମେଘ ଉଠାଇ ଆସିବା ସହ ପବନ ଆରମ୍ଭ ହୋଇଯାଇଥିଲା । ଚାହୁଁ ଚାହୁଁ ପବନର ବେଗ ତୀବ୍ର ହେବା ସହ ବର୍ଷା ଆରମ୍ଭ ହୋଇଯାଇଥିଲା । ଖୁବ୍ ଜୋରରେ ପବନ ବୋହିବା ଯୋଗୁ ବନ୍ତ-ବାରିକପୁର ରାସ୍ତାର ଫୁଲଗଢିଆ ଛକର ଦକ୍ଷିଣ ପାଶ୍ୱର୍ରେ ଥିବା ଏକ ବିରାଟକାୟ ଗଛ ରାସ୍ତା ଉପରେ ଉପୁଡି ପଡିଥିବା ବେଳେ ବିଦ୍ୟୁତ୍ ତାର ଛିଡି ରାସ୍ତା ଉପରେ ପଡିଥିଲା । । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରୁ ଆସୁଥିବା ଯାନବାହାନ ଚଳାଚଳ ବହୁ ସମୟ ଧରି ବାଧାପ୍ରାପ୍ତ ହୋଇଥିଲା । ସେହିପରି ଏହି ରାସ୍ତାର ଚାରିପୋଖରିଆ ଛକ ଠାରେ ବଡ ବଡ ଗଛର ଡାଳ ରାସ୍ତା ଉପରେ ଭାଙ୍ଗି ପଡିଥିବା ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ