ବିଶ୍ୱାଶାନ୍ତି ମହାଯଜ୍ଞ ଉଦ୍‌ଯାପିତ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗୋଠଦା ମଠର ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ଗୋସ୍ୱାମୀଙ୍କ ପବିତ୍ର ପୀଠରେ ଚନ୍ଦନ ଯାତ୍ରା ଉପଲକ୍ଷେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ମହାଯଜ୍ଞ ରବିବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ସାଧୁ ସନ୍ଥ ସମାଜର ପ୍ରାଦେଶିକ ସଭାପତି ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ଓ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ଓ ମହନ୍ତ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ ଯୋଗ ଦେଇ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ। ପିଲାମାନଙ୍କ ଦ୍ୱାରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ