ମହେନ୍ଦ୍ରଗିରିରେ ଜୁନ ୧ ଠାରୁ ୯ ଦିନିଆ ମହେନ୍ଦ୍ରମେଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପୁରାଣ ପ୍ରସିଦ୍ଧ ଓଡ଼ିଶାର ହିମାଳୟ ମହେନ୍ଦ୍ରଗିରି ଗଜପତି ଜିଲ୍ଲାରେ ଅବସ୍ଥିତ. ମହେନ୍ଦ୍ର ଶିଖରରେ ଆସନ୍ତା ଜୁନ୍ ମାସ ୧ ତାରିଖରୁ ମହେନ୍ଦ୍ର ମେଳା ଆରମ୍ଭ ହେବ | ୯ ଦିନ ଧରି ହେବାକୁ ଥିବା ଏହି ମେଳାରେ ବିଶ୍ୱଶାନ୍ତି ନବକୁଣ୍ଡୀୟ ହରିହରାତ୍ମକ ମହାଯଜ୍ଞ ଆୟୋଜନ ହେବାକୁ ଯାଉଥିବା ବେଳେ ବିଭିନ୍ନ କ୍ଷେତ୍ରରୁ ବହୁ ସାଧୁସନ୍ଥ ଓ ଆଚାର୍ଯ୍ୟବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ଘୃତଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ, ଚତୁର୍ବେଦ ଓ ଭାଗବତ, ରାମଚରିତ ମାନସ ପାରାୟଣ ଏବଂ ସାଧୁସନ୍ଥମାଙ୍କ ଦ୍ବାରା ଜପ ଆଦି ଅନୁଷ୍ଠିତ ହେବା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତ ଏଠାରେ ସମାଗମ ହେବେ. ଏଥିପାଇଁ ସମସ୍ତ ପ୍ରସ୍ତୁତିକୁ ବ୍ୟାପକ କରାଯାଇଛି | ସେହିପରି ମହେନ୍ଦ୍ର ଅଞ୍ଚଳର ସଫେଇ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ମହେନ୍ଦ୍ରମେଳାର ଆୟୋଜକ କମିଟି ସଦସ୍ୟ ପାରଳାଖେମୁଣ୍ଡି ଦେବୀମଠ ମହନ୍ତ ରାମାନ୍ଦ ଦାସଜୀ, ପଣ୍ଡିତ ଅଶୋକ କୁମାର ପାଢ଼ୀ, ମହନ୍ତ ଡ.ହରିହର ଦାସଜୀ, ଅନ୍ତର୍ଯାମୀ ଗମାଙ୍ଗ, ସିଦ୍ଧେଶ୍ଵର ମିଶ୍ର ଓ ନଳିନୀପାତ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ସୂଚନା ଦେଇଛନ୍ତି।


