ଅର୍ଥ ତୋଷାରପାତ ଅଭିଯୋଗରେ ଡ଼ାକ କର୍ମଚାରୀଙ୍କୁ ନିଲମ୍ବିତ

ହାଟଡ଼ିହି,(ଓ୍ବାଇଏନଏସ): ଅର୍ଥ ତୋଷାରପାତ ଅଭିଯୋଗରେ ହାଟଡ଼ିହି ବ୍ଲକ୍ ଅନ୍ତର୍ଗତ ବଞ୍ଚୋ ଶାଖା ଡ଼ାକ କର୍ମଚାରୀଙ୍କୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି l ନିଲମ୍ବିତ ଡ଼ାକ କର୍ମଚାରୀ ଜଣଙ୍କ ୧୯୯୨ ମସିହାରେ ଚାକିରୀରେ ଯୋଗଦାନ କରିଥିଲେ l ତାଙ୍କ ଚାକିରୀକାଳ ମଧ୍ୟରେ ସେ ଦୁଇ ଦୁଇଥର ଅର୍ଥ ତୋଷାରପାତ ଘଟଣା ଘଟାଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି l ପ୍ରକାଶ ଥାଉକି, ଗତ ୧୯୯୬-୯୮ ମସିହାରେ ଡ଼ାକ ବିଭାଗର ଅର୍ଥ ତୋଷାରପାତ ଅଭିଯୋଗରେ ଏହି କର୍ମଚାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ବେଳେ ୨୦୨୪-୨୫ରେ ପାଖାପାଖି ୩ଲକ୍ଷ ଟଙ୍କାର ଅର୍ଥ ତୋଷାରପାତ କରିଥିବା ନେଇ ତାଙ୍କ ବିରୋଧରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଆନନ୍ଦପୁର ଡାକ ନିରୀକ୍ଷକ କୁମାର ପ୍ରସାଦ ଜେନା କହିଛନ୍ତି l ତେବେ, ମାର୍ଚ୍ଚ ପ୍ରଥମ ସପ୍ତାହରେ ଉକ୍ତ କର୍ମଚାରୀଙ୍କୁ ନିଲମ୍ବନ କରାଯାଇ କାର୍ଯ୍ୟରୁ ନିବୃତ କରାଯାଇଛି l ସୂଚନା ଅନୁସାରେ, ପୂର୍ବରୁ ଡ଼ାକ କାର୍ଯ୍ୟାଳୟ ଉକ୍ତ କର୍ମଚାରୀଙ୍କ ଘରେ ଚାଲୁଥିଲା ବେଳେ ବର୍ତମାନ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଚାଲିଛି l ଲୋକଙ୍କୁ ଡ଼ାକ ସେବା ଯୋଗାଇବା ପାଇଁ ନିଲମ୍ବିତ କର୍ମଚାରୀଙ୍କ ବଦଳରେ ସହାୟକ ଶାଖା ପୋଷ୍ଟ ମାଷ୍ଟର ମାଟା ବାନାରାଙ୍କୁ ଶାଖା ପୋଷ୍ଟ ମାଷ୍ଟର ଭାବେ ବିଭାଗ ପକ୍ଷରୁ ଦାୟିତ୍ବ ପ୍ରଦାନ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ