ଜାତୀୟ ବୈଷୟିକ ଦିବସରେ ଆଲୋଚନା ଚକ୍ର
ନାଉଗାଁ (ଓ୍ବାଇଏନଏସ): ଜାତୀୟ ବୈଷୟିକ ଦିବସ ଉପଲକ୍ଷେ ମାଇଁ ଭାରତ ଆନୁକୂଲ୍ୟରେ ସୋସିଆଲ ମିଶନ ୱ।ର୍ଲଡ ଅନୁଷ୍ଠାନ ଦ୍ୱାରା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟ ଠାରେ ଥିବା କେୟାର କମ୍ପୁଟର ତାଲିମ କେନ୍ଦ୍ର ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମାଇଁ ଭାରତର ଅଧିକାରୀ ପବିତ୍ର ମୋହନ ସୁବୁଦ୍ଧି ସଭାପତିତ୍ବ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବିଚିତ୍ର କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା, ସମ୍ମାନିତ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ଅକ୍ଷୟ କୁମାର ରାଉତ ଯୋଗ ଦେଇ ବର୍ତ୍ତମାନ ପରିପ୍ରେକ୍ଷୀରେ ବୈଷୟିକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ବୈଷୟିକ ଶିକ୍ଷା ବିଭିନ୍ନ କ୍ଷେତ୍ରରେ କିପରି ମାନବ ସେବାରେ ଆସୁଛି ଏବଂ ଏହାର ଅପବ୍ୟବହାର ଯୋଗୁ ମଣିଷ କିପରି ଅସୁବିଧାରେ ପଡୁଛି ସେହି ବିଷୟରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଶେଷରେ ସୋସିଆଲ ମିଶନ ୱ।ର୍ଲଡ ଅନୁଷ୍ଠାନର ନିର୍ଦ୍ଦେଶକ ସର୍ବେଶ୍ୱର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅନୁଷ୍ଠାନ ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


