କଟକରେ ବୁଲିଲା ଖଣ୍ଡା : ଚୋରା ମଦ ବେପାରୀଙ୍କ ଖଣ୍ଡା ଚୋଟରେ ୩ଯୁବକ ଗୁରୁତର

କଟକ, (ଓ୍ବାଇଏନଏସ): କଟକର ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ମୁଣ୍ଡଳୀ ଛକରେ ତିନି ଜଣଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୩ ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ବାରଙ୍ଗ ଥାନା ମୁଣ୍ଡଳୀ ବ୍ୟାରେଜ ନିକଟ ସାନମୁଣ୍ଡଳୀ ଗ୍ରାମର କାହ୍ନୁ ଦଳାଇ ନାମକ ଯୁବକ ଛକରେ ଦହିବରା ଖାଉଥିବା ବେଳେ ୬ ଜଣ ଦୁର୍ବୃତ୍ତ ୨ଟି ବାଇକ୍ ରେ ଆସି ଖଣ୍ଡାରେ ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ । କାହ୍ନୁଙ୍କୁ ବଞ୍ଚାଇବାକୁ ଯାଇ ଦହିବରା ବ୍ୟବସାୟୀ ବାଟୁଆ ଏବଂ ଅନ୍ୟ ଜଣେ ପାନ ଦୋକାନୀ ଅନୀଲ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏପରିକି ଆକ୍ରମଣକାରୀଙ୍କ ଧାରୁଆ ଅସ୍ତ୍ରର ଚୋଟ, ଦହିବରା ବିକାଳୀଙ୍କ ହାଣ୍ଡି ଗୁଡ଼ିକରେ ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳିଛି । କାହ୍ନୁଙ୍କୁ ଖଣ୍ଡାରେ ପେଟକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ତାଙ୍କୁ ବଞ୍ଚେଇବାକୁ ଆସିଥିବା ୨ ଜଣଙ୍କୁ ମଧ୍ୟ ଦୁର୍ବୁତ୍ତମାନେ ଆକ୍ରମଣ କରିଥିଲେ । ଏହି ଘଟଣାରେ ଆହତ ମାନଙ୍କୁ କଟକ ବଡ଼ ମେଡିକାଲକୁ ପଠା ଯାଇଛି । ଘଟଣା ସ୍ଥଳରେ ଜୋନ୍ ୪ ଏସିପି, ବାରଙ୍ଗ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଆକ୍ରମଣର କାରଣ ଜଣାପଡି ନାହିଁ । କେଉଁ କାରଣରୁ ଏପରି ଘଟଣା ଘଟିଲା ତାହାର ତଦନ୍ତ କରୁଛି ପୋଲିସ । ତେବେ ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଥିବା କୁହା ଯାଉଥିବା ବେଳେ ଏନେଇ ବାରଙ୍ଗ ଥାନାରେ କେସ୍ ନମ୍ବର ୨୩୭/୨୦୨୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ଏହାର ତଦନ୍ତ କରୁଛି ବୋଲି ବାରଙ୍ଗ ଥାନା ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଏପରି ବିଭତ୍ସ ହତ୍ୟାକାଣ୍ଡ ଦିନକୁ ଦିନ ବଢ଼ି ଚାଲିଛି । ଦୁର୍ବୃତ୍ତମାନେ ଦିନ ଦ୍ବିପ୍ରହରେ ଖଣ୍ଡା, ଭୁଜାଲି ପରି ମାରଣାସ୍ତ୍ରରେ ବିଚ୍ ବଜାର ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଏଇ କିଛି ଦିନ ମଧ୍ୟରେ ପ୍ରଥମେ ପୁରୀ ଜିଲ୍ଲା କଣାସ, ଏହାପରେ ବାଲିଅନ୍ତା ଓ ଗୋଟିଏ ଦିନ ବ୍ୟବଧାନରେ ବାଲିପାଟଣା, ତାପରେ ନୟାଗଡ଼ର ବିଭତ୍ସ ହତ୍ୟାକାଣ୍ଡକୁ ନେଇ ସମଗ୍ର ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ