ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାରେ ଓରମାସ ଓ ମିଶନ ଶକ୍ତିର ସହଯୋଗରେ ୩ ଦିନିଆ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ “କ୍ଷମତା ବିକାଶ ଓ ବିପଣନ ସଚେତନତା କର୍ମଶାଳା” ଆଜି ଜିଲ୍ଲାପାଳ ଓ ଜିଲ୍ଲା ମଜିଷ୍ଟ୍ରେଟ, ବାଲେଶ୍ୱର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଦ୍ୱାରା ଉଦଘାଟିତ ହୋଇଛି। ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ କମ୍ୟୁନିଟି ଭିତ୍ତିକ ସଂଗଠନ (CBOs), ପ୍ରୋଡ୍ୟୁସର ଗ୍ରୁପ୍ (PGs), ପ୍ରୋଡ୍ୟୁସର କମ୍ପାନୀ (PCs), ଫାର୍ମର ପ୍ରୋଡ୍ୟୁସର ଅର୍ଗାନାଇଜେସନ୍ (FPOs) ଏବଂ ରୁରାଲ ପ୍ରୋଡ୍ୟୁସର ଇନଷ୍ଟିଟ୍ୟୁସନ/କ୍ଲଷ୍ଟର (RIPCs) ରୁ ମୋଟ ୬୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଉତ୍ପାଦକ ଓ କାରିଗରମାନଙ୍କର ବିପଣନ କ୍ଷମତା ଏବଂ ଉଦ୍ୟମ ପରିଚାଳନା ଦକ୍ଷତାକୁ ସୁଦୃଢ କରିବା। କର୍ମଶାଳାରେ ହିସାବ ରକ୍ଷଣ ପ୍ରଣାଳୀ, ପ୍ୟାକେଜିଂ ଓ ବ୍ରାଣ୍ଡିଂ, ବିକ୍ରୟ କୌଶଳ, ଏବଂ ଡିଜିଟାଲ/ଇ-କମର୍ସ ମାଧ୍ୟମରେ ବିପଣନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ ମାଧ୍ୟମରେ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀମାନଙ୍କୁ ବ୍ୟବହାରିକ ଜ୍ଞାନ ଓ କୌଶଳ ଯୋଗାଇ ସେମାନଙ୍କର ଉତ୍ପାଦକୁ  ବଜାର ସହଯୋଗୀ କରାଇବା ସହ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହିତ କରାଯିବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ