ଶିକ୍ଷାବିଭାଗ ପକ୍ଷରୁ ମାଟ୍ରିକ ଏ-୧ ଗ୍ରେଡଧାରୀଙ୍କୁୁ ସମ୍ବର୍ଦ୍ଧନା

ଆସିକା (ୱାଇଏନ୍‍ଏସ୍‍): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫-୨୬ ଶିକ୍ଷାବର୍ଷରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଆସିକା ବ୍ଳକସ୍ତରରେ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଏବଂ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଏ-୧ ଗ୍ରେଡ୍‍ ହାସଲ କରିଥିବା କୃତୀ ବିଦ୍ୟାର୍ଥୀଙ୍କୁ ବୁଧବାର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସାଙ୍ଗକୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି । ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ଏହି ଏ-୧ ଗ୍ରେଡଧାରୀ କୃତୀ ବିଦ୍ୟାର୍ଥୀଙ୍କ ପ୍ରତିଭା ସମ୍ମାନ, ଅଭିନନ୍ଦନ ଉତ୍ସବ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି ଓ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଏବଂ ନୋଡାଲ୍‍ ହାଇସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ପ୍ରମୁଖ ଏହି ଅବସରରେ ଏ-୧ ଗ୍ରେଡରେ ଆସିକା ବ୍ଳକସ୍ତରରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ମାନସ ରଂଜନ ଦାଶ, ସାଇ ପ୍ରଜ୍ଞାନ ନାୟକ, ଆଲିଶ୍‍ ମିଶ୍ର, ଯସ୍ମିନ୍‍ ସାହୁ, ଗ୍ରୀଷ୍ମା ବୈଠାରୁ, ଜାନଭୀରାଣୀ ନାୟକ, ଆରିୟନ୍‍ ସାବତ, କ୍ରିଷ୍ଣା ଭଂଜଙ୍କୁ ସମ୍ବର୍ଦ୍ଧିତ କରି ଏ-୧ ଗ୍ରେଡ୍‍ରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷାର ସ୍ମୃହାକୁ ଉଜ୍ଜୀବିତ କରିରଖିବାକୁ ପରାମର୍ଶ ଦେବା ସାଙ୍ଗକୁ ବିକଶିତ ତଥା ନୁଆଁ ଓଡିଶା ଗଠନ ପାଇଁ ସଫଳ ଓ ସୁଦକ୍ଷ ବିଦ୍ୟାର୍ଥୀଙ୍କ ଆବଶ୍ୟକତା ଅତ୍ୟନ୍ତ ଜରରୀ ହୋଇଥିଲା ବେଳେ ବିଦ୍ୟାର୍ଥୀମାନେ ସଫଳତାର ଶୀର୍ଷ ସୋପାନରେ ପହଞ୍ଚିବା ପାଇଁ ପ୍ରଥମେ ନିଜର ଲକ୍ଷ୍ୟ ସ୍ଥିର କରି ତାହାକୁ କାର୍ଯ୍ୟରେ ରୂପାନ୍ତରିତ କରି ପ୍ରତିଫଳନ କରିବା ସାଙ୍ଗକୁ ନିଜ ପିତାମାତା ଓ ଗୁରୁଜନ ଏବଂ ଶିକ୍ଷାନୁଷ୍ଠାନର ସୁନାମକୁ ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ୱାନ କରିଥିଲେ । ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆସିକା ଶିକ୍ଷାବିଭାଗ ପକ୍ଷରୁ ଅନୁଷ୍ଠିତ ମାଟ୍ରିକ୍‍ ଏ-୧ ଗ୍ରେଡ୍‍ଧାରୀଙ୍କ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଶିକ୍ଷାବିଭାଗର ବହୁ ପଦାଧିକାରୀ ଓ କୃତି ବିଦ୍ୟାର୍ଥୀଙ୍କ ଅଭିଭାବକ, ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ