ପେଟ୍ରୋଲ ଓ ଡିଜେଲର ଅଭାବ : ସାଧାରଣ ଜୀବନ ପ୍ରଭାବିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡାରେ ଡିଜେଲ ଓ ପେଟ୍ରୋଲର ଅଭାବ ଜନଜୀବନକୁ ବିଶେଷ ଭାବେ ପ୍ରଭାବିତ କରିଛି। ବିଭିନ୍ନ ପେଟ୍ରୋଲପମ୍ପରେ ଡିଜେଲ ଓ ପେଟ୍ରୋଲ ନମିଳିବାରୁ ସାଧାରଣ ଜନତାଙ୍କ ଦୈନନ୍ଦିନ ଜୀବନକୁ ଏହା ବ୍ୟାପକ ଭାବେ ପ୍ରଭାବିତ କରୁଛି। ବିଶେଷକରି ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ, ରୋଗୀଙ୍କୁ ଡାକ୍ତରଖାନାକୁ ପରିବହନ କରୁଥିବା ଅନ୍ୟାନ୍ୟ ଗାଡିମଟର ସମେତ କୃଷି କାର୍ଯ୍ୟ ଓ ଯାତାୟତ ବ୍ୟବସ୍ଥା ଗୁରୁତ୍ତର ଭାବେ ବ୍ୟାହତ ହୋଇଛି। ପେଟ୍ରୋଲପମ୍ପ ଗୁଡିକ ସମ୍ମୁଖରେ ତେଲ ପାଇଁ ଲମ୍ବା ଲାଇନ ଲାଗିଥିବା ବେଳେ ଅନେକ ସମୟରେ ଦୀର୍ଘସମୟ ଧରି ଲାଇନରେ ଥାଇ ମଧ୍ୟ ତେଲ ମିଳୁନଥିବା ଦେଖାଯାଇଛି। ଏହି ସମସ୍ୟାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏଭଳି ପରିସ୍ଥିତିକୁ ନେଇ କେନ୍ଦ୍ରାପଡାର ମାଟି,ବାଲି ଓ ପାଣି ମଞ୍ଚର ଆବାହକ ଆଇନଜୀବୀ ବିଧୁଭୂଷଣ ମହାନ୍ତି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ପେଟ୍ରୋଲ ଓ ଡିଜେଲର ଅଭାବ ଯୋଗୁଁ ଆମ୍ବୁଲାନ୍ସ ସେବା ଠାରୁ ଆରମ୍ଭ କରି ଦୈନନ୍ଦିନ ସାଧାରଣ ଜୀବନରେ ଆବଶ୍ୟକ ପଡୁଥିବା ପ୍ରତ୍ୟେକ କ୍ଷେତ୍ର ଏହାଦ୍ୱାରା ପ୍ରଭାବିତ ହୋଇଛି। ସରକାର ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଏଥିପାଇଁ ଆନ୍ଦୋଳନ ତୀବ୍ରତ୍ତର ହେବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି। ପ୍ରଶାସନ ଯଥାଶୀଘ୍ର ଆବଶୟକ ପଦକ୍ଷେପ ଗ୍ରହଣ କରି ଜିଲ୍ଲାରେ ଡିଜେଲ ଓ ପେଟ୍ରୋଲ ଯୋଗାଣକୁ ସ୍ୱାଭାବିକ ନକଲେ ଆସନ୍ତା ଦିନରେ ଜନସାଧାରଣ୮୍‌କୁ ସାଙ୍ଗରେ ନେଇ ରାସ୍ତାରୋକ ଓ ଚକାଜାମ ଆନ୍ଦୋଳନ କରାଯିବ ବୋଲି ଆଇନଜୀବୀ ଶ୍ରୀ ମହାପାତ୍ର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ