ଭିନ୍ନକ୍ଷମ ଯୁବତୀଙ୍କୁ ସହାୟତା ଯୋଗାଇଲା ରୁଷି ସେବା ସଂସ୍ଥା

କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲାର କିଛି ବଦାନ୍ୟ ବ୍ୟକ୍ତି ବିଶେଷ ଅସହାୟ ଓ ଭିନ୍ନ କ୍ଷମଙ୍କୁ ଭିନ୍ନ ଭିନ୍ନ ସମୟରେ ଆତ୍ମ ନିର୍ଭର ଶିଳ ଓ ଜୀବନ ପଞ୍ଚାଇବା ପାଇଁ କିଛି ସାହାଯ୍ୟର ହାତ ବଢ଼ାଇ ଥାନ୍ତି। ଏମିତି ଏକ ଯୁବ ଗୋଷ୍ଠୀ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରୁ ସହାୟତା ଗୋଟାଇ ନିରୀହ ଭିନ୍ନ କ୍ଷମ ଅସହାୟ ଗରିବ ଲୋକଙ୍କ ହରେ ହାତ ମିଶାଇ କିଛି ସହାୟତା ବଢ଼ାଇଲେ ସେମାନଙ୍କ ଉନ୍ନତି ହେବ ବୋଲି ଛୋଟିଆ ପ୍ରୟାସ କରିଛନ୍ତି। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଶିକର ନିଟସ୍ତ ବଳଦିଆ ଗ୍ରାମର ଜଣେ ଭିନ୍ନକ୍ଷମ ଯୁବତୀ ପ୍ରସ୍କା କୁମାରୀ ଙ୍କୁ ରୁଷି ମହିମା ସେବା ସମିତି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।କୁମାରୀଙ୍କୁ କିଛିଦିନ ଖାଇବା ଓ ପିନ୍ଧିବା ପାଇଁ ଓ କିଛି ଆର୍ଥିକ ସହାୟତାର ହାତ ବଢ଼ାଇଛି ରୁଷି ମହିମା ସେବା ସମିତି। ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଟି. ଚନ୍ଦ୍ରଶେଖର, ୱାର୍ଡ ସଭ୍ୟ ସାତି ନାରାୟଣଙ୍କ ଶହ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଏଭଳି କାର୍ଯ୍ୟ କରୁଥିବା ଯୁବଗୋଷ୍ଠିଙ୍କୁ ଅଞ୍ଚକରେ ଭସୟୀ ପ୍ରଶଂସା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ