ଚଳଚ୍ଚିତ୍ର ସୁଟିଂ ଦେଖିବାକୁ ଲୋକଙ୍କ ଭିଡ଼
ହାଟଡିହି (ଓ୍ବାଇଏନଏସ): ନାଗାତୋଟା ଗ୍ରାମରେ ବିଜୟ ଲକ୍ଷ୍ମୀ ଫିଲ୍ମସ ର ପ୍ରଥମ ଚଳଚିତ୍ର (ଅହମ୍ )ର ଜୋରଦାର ସୁଟିଂ ଚାଲିଛି। ୧୮ଦିନ ଧରି ଏହି ସୁଟିଂ ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟ ସୁଟିଂ ଭୁବନେଶ୍ୱରରେ, ଢେଙ୍କାନାଳ, ଖୋର୍ଦ୍ଧା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ସୁଟିଂ ହାଟଡିହି ବ୍ଲକ ସଢା ପଞ୍ଚାୟତ ନାଗତୋଟା ଗ୍ରାମର ପ୍ରାଣ ବଲ୍ଲବ ମଲ୍ଲିକଙ୍କ ଘରେ ଚାଲିଛି। ଏହି ଚଳଚ୍ଚିତ୍ରର ସୁଟିଂ ଦେଖିବାକୁ ଆଖପାଖ ଲୋକଙ୍କ ଭିଡ଼ ଜମିଛି। ଚଳଚ୍ଚିତ୍ରଟି ଗ୍ରାମାଞ୍ଚଳର ଏକ ପାରିବାରିଜ କାହାଣୀକୁ ନେଇ ନିର୍ମିତ ହୋଇଥିବା ବେଳେ ଜଗଦିଶ ପାଲ, ଏସ. ଏମ ପିଆଲି, ସନ୍ଦୀପ, ପୃଥ୍ୱୀ, କେ.କେ ଭାଇ, ରବି ମିଶ୍ର ଙ୍କ ଭଳି ଅନେକ ନାମୀ ଦାମୀ କଳାକାର ମାନେ ଅଭିନୟ କରୁଛନ୍ତି। ଅର୍ଥ ଲୋଭରେ ଲୋକମାନେ ପରିବାର ଭିତରେ ଥିବା ସମ୍ପର୍କ କଣ ଭୁଲି ଯାଉଥିବା ବେଳେ ଲୋକେ ଗର୍ବ ଅହଂକାରରେ ବୁଡି ରହୁଛନ୍ତି। ଗର୍ବ ଅହଂକାର ରେ ରହିଲେ ମଣିଷ କଣ କଣ ହରାଏ ତାହା ଏହି ଚଳଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରିଯିବାର ଅଛି। ଚଳଚ୍ଚିତ୍ରଟି କିପରି ଦର୍ଶକଙ୍କ ମନକୁ ଛୁଇଁ ପାରିବ ସେନେଇ ସମସ୍ତ ପ୍ରକାର ଚେଷ୍ଟା କରା ଯାଉଛି ବୋଲି ନିର୍ଦେଶକ ହିମାଂଶୁ ଶେଖର ଓ ପ୍ରଯୋଜିକା ନନ୍ଦିନୀ ପରିଡା କହିଛନ୍ତି।


