ଜାତିଆଣ ଗାଳିଗୁଲଜ ଅଭିଯୋଗରେ ଜଣେ ଗିରଫ୍

ହାଟଡ଼ିହି ,(ଓ୍ବାଇଏନଏସ): ଜାତିଆଣ ଗାଳିଗୁଲଜ ଅଭିଯୋଗରେ ସୋସୋ ଥାନା ସାରୁକୁଣାଶାସନ ଗ୍ରାମର ରଘୁନାଥ ପଣ୍ଡା(୫୮)ଙ୍କୁ ପୁଲିସ ଗିରଫ୍ କରିଛି । ସୂଚନା ଅନୁସାରେ, ସାରୁକୁଣାଶାସନ ଗ୍ରାମର ସ୍ବର୍ଗତଃ ଜେନା ହୋଙ୍କ ପୁଅ ଲାଦୁ ହୋ(୩୮)ଙ୍କୁ ଗ୍ରାମର ସ୍ବର୍ଗତଃ ଲମ୍ବୋଦର ପଣ୍ଡାଙ୍କ ପୁଅ ରଘୁନାଥ ପଣ୍ଡା ଜାତିଆଣକୁ ନେଇ ଗାଳିଗୁଲଜ ସହ ଅପମାନ କରିଥିଲେ। ଯାହା ଫଳରେ ଅନୁସୂଚିତ ଜନଜାତି ଶ୍ରେଣୀର ଲାଦୁ ହୋ ଏନେଇ ଗ୍ରାମରେ ଲଜ୍ଜିତ ହୋଇଥିଲେ । ତାଙ୍କ ଜାତିକୁ ନେଇ ଅପମାନିତ ହେବାରୁ ତାଙ୍କର ସମ୍ମାନ ହାନୀ ହୋଇଥିବା ନେଇ ସେ ଗତ ଫେବୃଆରୀ ୧୬ତାରିଖ ରଘୁନାଥଙ୍କ ନାମରେ ସୋସୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ଅଭିଯୋଗକୁ ଭିତ୍ତି କରି ସୋସୋ ପୁଲିସ ୨୮/୨୬ରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା । ଆନନ୍ଦପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ କମଲ କୁମାର ପଣ୍ଡା ଏହାର ତଦନ୍ତ କରିବା ସହ ଅଭିଯୁକ୍ତ ରଘୁନାଥଙ୍କୁ ଗିରଫ୍ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ