ଅବସରପ୍ରାପ୍ତ ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ଶାଖାର ଅବସରପ୍ରାପ୍ତ କର୍ମଚାରୀ ସୁବାସ ଚନ୍ଦ୍ର ବରାଳଙ୍କ ଧର୍ମପତ୍ନୀ ଇନ୍ଦୁମତି ବରାଳଙ୍କ ଏକାଦଶାହ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ସ୍ମୃତିସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ, ଓଡିଶା ସର୍କଲ ପକ୍ଷରୁ ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ, କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଉଦୟନାଥ ସାହୁ, ବରିଷ୍ଠ ସଦସ୍ୟ ସୁନାକର ଜେନା ଓ ଗୋଲଖ ବିହାରୀ ବେହେରା ପ୍ରମୁଖ ତାଙ୍କ କେଙ୍କରଡା ବାଲିବିଲିସ୍ଥିତ ବାସଭବନରେ ପହଞ୍ଚି ସ୍ୱର୍ଗତା ବରାଳଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରି ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ।


