ତେଲ ପାଇଁ ଟାଙ୍କିରେ ଭିଡ଼
ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ) : କୋଣାର୍କ, କାକଟପୁର, ଅସ୍ତରଙ୍ଗ ଅଞ୍ଚଳରେ ପେଟ୍ରୋଲ ପମ୍ପ ଗୁଡିକରେ ଗୁରୁ ବାର ଅହେତୁକ ଭିଡ ପରିଲକ୍ଷିତ ହୋଇଛି । ତେବେ ଏହି ଭିଡର କାରଣ ସ୍ପଷ୍ଟ ହୋଇପାରିନି। ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ଅଭାବ ରହିଛି ନା ଏହା କୃତ୍ରିମ ଅଭାବ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ପେଟ୍ରୋଲ ର ଦର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଥିବାବେଳେ ଜାଣିଶୁଣି ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ର ଅଭାବ ଦର୍ଶାଯାଉଥିବା ଚର୍ଚ୍ଚା ହେଉଛି । ଏପରିକି କୋଣାର୍କ ରୁ କାକଟପୁର ମୁଖ୍ୟ ରାସ୍ତ କଡ଼ରେ ଥିବା ତିନୋଟି ଟାଙ୍କି ଓ କାକଟପୁର,ଅସ୍ତରଙ୍ଗ ଅଞ୍ଚଳରେ ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ଲାଗି ରହିଥିବା ଭିଡ ଲୋକଙ୍କୁ ଅତିଷ୍ଠ କରିଛି। ଗାଡିରେ ତେଲ ପକାଇବା ପାଇଁ ଲୋକଙ୍କୁ ଦୀର୍ଘ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବା ଚର୍ଚ୍ଚାକୁ ହେଉଛି ଦୀର୍ଘ ସମୟ ଅପେକ୍ଷା କରିବା ପରେ ଅନେକ ଗାଡି ପେଟ୍ରୋଲ ପକାଇ ନପାରି ଫେରିଥିବା ମଧ୍ୟ ନଜରକୁ ଆସୁଛି । ଆଜିଠାରୁ ଏଭଳି ଘଟଣା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିବାରେ ଲାଗିଛି। ଆଗକୁ ପେଟ୍ରୋଲ ମିଳିବ କି ନାହିଁ ତାହା ଏବେ ଚର୍ଚ୍ଚା ଜୋର ଧରିଛି ।ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।


