ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଜ୍ୟ ବିଦ୍ଯା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଗତ ୫ ତାରିଖ ଠାରୁ ଚାଲିଥିବା  ୧୦ ଦିନବ୍ୟାପୀ ରାଜ୍ୟ (ସମ୍ଭାଗ) ସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟା ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ର , ଷଷ୍ଠୀ ପ୍ରସାଦ ବିଷୋୟୀ ଏବଂ କାର୍ଯ୍ୟବାହୀ ପ୍ରଧାନାଚାର୍ଯ୍ୟ ସନ୍ତୋଷ କୁମାର ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଶିବିର ଉଦଯାପନୀ ସଭାରେ ଶିକ୍ଷା ବିକାଶ ସମିତିର ପୂର୍ବ କ୍ଷେତ୍ରୀୟ କାର୍ଯ୍ୟକର୍ତ୍ତା ଲକ୍ଷ୍ମୀକାନ୍ତ ମହାପାତ୍ର , ସମିତି କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ , ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ବିଷୋୟୀ , ସମ୍ପାଦକ ପ୍ରହଲ୍ଲାଦ ଡାକୁଆ , ଉପସଭାପତି ଦେବବ୍ରତ ସାହୁ , ମାଧ୍ୟମିକ ବିଭାଗ ପ୍ରାନ୍ତ ଶୈକ୍ଷିକ ସଂଯୋଜକ ଆଶିଷ କୁମାର ରଥ , ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ , ସମ୍ପାଦକ ଦୀପକ କୁମାର ମହାରଣା ପ୍ରମୁଖ ମଞ୍ଚାସିନ ଥିଲେ। ଶିକ୍ଷାନୁଷ୍ଠାନ ମାନଙ୍କରେ ଅଚାର୍ଯ୍ୟା ଆଚାର୍ଯ୍ୟ, ଶିକ୍ଷୟତ୍ରୀ ଶିକ୍ଷକଙ୍କ ଭୂମିକା , ଶୃଙ୍ଖଳିତ ଓ ସଂସ୍କାରିତ ଶିଶୁ ଗଠନରେ ଶିଶୁ ମନ୍ଦିରର ଆବଶ୍ୟକତା ସମ୍ପର୍କରେ ଅତିଥିବୃନ୍ଦ ଉଦବୋଧନ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସମଗ୍ର ଓଡିଶାର ୯ ଟି ସମ୍ଭାଗରୁ ୧୪୦  ଆଚାର୍ଯ୍ୟା ଆଚାର୍ଯ୍ୟ ଙ୍କୁ  ୨୦ ପ୍ରଶିକ୍ଷକ ଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। । ବିଦ୍ୟାମନ୍ଦିରର ସମସ୍ତ କାର୍ଯ୍ୟକର୍ତ୍ତା , ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ