ବୁଡ଼ାଗୁଡାରେ କଂଗ୍ରେସର ମିଶ୍ରଣ ପର୍ବ

କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକର ବୁଡ଼ାଗୁଡା ପଞ୍ଚଯାତ ଢ଼େପଗୁଡା ଗ୍ରାମରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ବିଧାୟକ ନୀଳମାଧବ ହିକକାଙ୍କ ଉପସ୍ଥିତ ରେ ମିଶ୍ରଣ ପର୍ବରେ ବିଭିନ୍ନ ଦଳର କର୍ମୀ ନେତା ମାନେ ଯୋଗ ଦେଇଥିଲେ। ବିଜେଡିର ସ୍ଥାଣୁତା ଓ ପିଜେପିର ନେତା ବିହୀନ ସଂଗଠନ ଉପରେ ଲୋକଙ୍କ ବିଶ୍ୱାସ ପାଉନଥିବାରୁ କଂଗ୍ରେସ ଉପରେ ଭରସା କରି ଯୋଗ ଦେଉଥିବା ଦେଖିବାକୁ ମିଳିଛି। ବିଧାୟକ ହିକକାଙ୍କ ଉପସ୍ଥିତରେ ଆର. ରଙ୍ଗନା ଦୋରା, ମୁରଲୀ ଗୌଡ଼,ସୁମନ ଗୌଡ଼, ଅର୍ଜୁନ ଗୌଡ଼,ନରସୀ କୁଲିଶିକା, ଥରଣୀ ନୀଳକଣ୍ଠ,ବିଶ୍ଵନାଥ ପ୍ରସ୍କା, ଧନିଆ ହିକକା ଙ୍କ ଶହ ବହୁ ବିଭିନ୍ନ ଦଳରପୁରୁଷ ଓ ମହିଳା କର୍ମୀ କଂଗ୍ରେସରେ ଯୋଗ ଦେଇଥିଲେ। ପୂର୍ବରୁ ବ୍ଲକ କଂଗ୍ରେସ ସଭାପତି ସିଏଚ ନାଗେଶ୍ୱର ରାଓ, ସମ୍ପାଦକ ପ୍ରଶାନ୍ତନନ୍ଦ କୌଶଲ୍ୟା, ସାଂସଦ ପ୍ରତିନିଧି କୁମାରସ୍ୱାମୀ କୌଶଲ୍ୟା ଶହ ଅନେକ କର୍ମୀ ବିଭିନ୍ନ ଗ୍ରାମକୁ ଯାଇ କଂଗ୍ରେସର ଲୋକଙ୍କ ପ୍ରତିଥିବା ବିଶ୍ୱାସକୁ ଓ ବିଧାୟକଙ୍କ ଜନହିତକର କାର୍ଯ୍ୟକ୍ରମକୁ ଲୋକଙ୍କୁ ନିକଟରେ ପହଁଚାଇ ଥିବାରୁ ଆଜି ଫ୍ଲପ୍ରଦ ହୋଇଛି ବୋଲି କୁମାର ସସ୍ୱାମୀ କୌଶଲ୍ୟା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ