ବ୍ରାଉନସୁଗାର ସହ ୩ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ):ଧଳା ଜହର(ବ୍ରାଉନ ସୁଗର) ବିକ୍ରି କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନା ଅନ୍ତର୍ଗତ ବଡ଼ଶଙ୍କରପୁର ଗ୍ରାମର ସେକ ଲାଜାଙ୍କ ପୁଅ ସେକ ଅନିଲ(୨୩) ଓ ସେହି ଗ୍ରାମର ସେକ ଜାଫରଙ୍କ ପୁଅ ସେକ ସେହେଜାଦ କ୍ୱାଦ୍ରୀ ଓରଫ ଆସିକ(୨୧)ଏବଂ ଅନ୍ୟ ଜଣେ ହେଲେ ଜଗତସିଂହପୁର ଜିଲ୍ଲାର କୃଷ୍ଣାନନ୍ଦପୁର ଥାନା ଅଧିନ କୃଷ୍ଣାନନ୍ଦପୁର ଗ୍ରାମର ସେକ ଅବତାଲିଫଙ୍କ ପୁଅ ସେକ ଅମନ ଅଲ୍ଲୀ ଓରଫ ଭାଲା(୨୭) । ସେମାନଙ୍କ ଠାରୁ ୧୦ ଗ୍ରାମ ଧଳା ଜହର (ବ୍ରାଉନସୁଗାର) ଜବତ କରାଯାଇଛି । ସେମାନଙ୍କ ବିରୋଧରେ ୩୧୧/୨୦୨୬ରେ ଏକ ମାମଲା ରୁଜୁ କରାଯାଇଛି । ସେମାନଙ୍କ ଠାରୁ ଦୁଇଟି ବାଇକ ଜବତ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି ।


