କାଳବୈଶାଖୀର ତାଣ୍ଡବ: ଗଛ ପଡ଼ି ରାସ୍ତା ଅବରୋଧ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ଗତକାଲି ସନ୍ଧ୍ୟାରେ ବହୁ ଗଛ ଭାଙ୍ଗି ପଡିଛି । ଏକ ବଡ଼ ଗଛ ମୁଖ୍ୟ ରାସ୍ତା ଉପରେ ପଡି ଯିବା ଯୋଗୁଁ ବ୍ରହ୍ମପୁର -ରାୟଗଡା 326 ନଂ ଜାତୀୟ ରାଜପଥ ଅବରୋଧ ହେବା ସହ ଯାନବାହାନା ଚଳାଚଳ ବନ୍ଦ ହୋଇଥିଲା. ଏଥିସହ ବଜ୍ରପାତରେ ୩ ଗୋରୁଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖୁବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଗୁଣ୍ଡିମାରେ। ଗଛ ପଡ଼ି ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ଅବରୋଧ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ରାସ୍ତା ସଫା କରିଥିଲେ. ବଜ୍ରପାତରେ ଆଲିଗଣ୍ଡା ପଞ୍ଚାୟତ ଝିଲିକି ଗ୍ରାମର ସନାତନ ନାୟକ ଓ ଅନିରଦ୍ଧ ପାଇକଙ୍କ ୩ ଗୋଟି ଗାଈଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଆଲିଗଣ୍ଡା ସରପଞ୍ଚ, ରାଜସ୍ବ ନିରୀକ୍ଷକ ଏବଂ ଅଡବା ପଶୁଚିକିତ୍ସକ ପହଞ୍ଚି ଅନୁଧ୍ୟାନ କରିଛନ୍ତି. କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ