କଳା ଓ ବିଜ୍ଞାନ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତା

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ଚଳିତ ବର୍ଷ ଯୁକ୍ତ ୨ କଳା ଓ ବିଜ୍ଞାନ ପରୀକ୍ଷାରେ ବିଭିନ୍ନ କଲେଜ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ଦେଖିବାକୁ ମିଳିଛି। ଏହି ଅବସରରେ ମୁନିଗୁଡା ଗୋବର୍ଦ୍ଧନସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଭାଗରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୦ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନ ବିଭାଗରେ ୮୨ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ବିଭାଗର ଛାତ୍ର ଦେବେନ୍ଦ୍ର କୁସୁଳିଆ ୮୬% ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ଜ୍ୟୋସ୍ନା ବ୍ରେଡେକା ୮୧% ରଖି ଦ୍ଵିତୀୟ ସ୍ଥାନ ଓ ଛାତ୍ର ନିତୁସ୍ମିତ ବାଗ ୮୦% ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବିଜ୍ଞାନ ବିଭାଗର ଛାତ୍ର ବିରୂପାକ୍ଷ ସାହୁ ୯୪% ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ଗୌତମୀ ସାରାକା ଦ୍ଵିତୀୟ ସ୍ଥାନ ଓ ଛାତ୍ର ଲମ୍ବଦର ଦୋରା ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ବୃଦ୍ଧି କରିଛନ୍ତି। ସେହିପରି ମୁନିଗୁଡା ନୋଡାଲ ହାୟେର ସେକେଣ୍ଡାରୀ ସ୍କୁଲରେ ବିଜ୍ଞାନ ବିଭାଗ ପରୀକ୍ଷାରେ ଛାତ୍ରୀ ଡୋଲୀ ନାୟକ ପ୍ରଥମ, ଛାତ୍ର ରୋଶନ କୁମାର ନାୟକ ଦ୍ଵିତୀୟ ଓ ଛାତ୍ରୀ ଶୁଭଶ୍ରୀ ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏଥିସହ ରାଇଜିଙ୍ଗ ହାୟେର ସେକେଣ୍ଡାରୀ ସ୍କୁଲରେ ବିଜ୍ଞାନ ବିଭାଗ ପରୀକ୍ଷାରେ ଛାତ୍ର ରୋଶନ ମେହେର ପ୍ରଥମ, ମହମ୍ମଦ ସାକିଲ ଦ୍ଵିତୀୟ ଓ ପ୍ରଭାତ ଭୂଇଁଆ ତୃତୀୟ ସ୍ଥାନ ଅଧିକାର କରି ନିଜ ନିଜର କଲେଜ ଓ ପରିବାର ବର୍ଗଙ୍କୁ ଗୌରାବନିତ କରିଛନ୍ତି। ଏହି ଆଶାନୁରୂପ ଫଳ ନିମନ୍ତେ ଶିକ୍ଷାନୁଷ୍ଠାନର ଅଧକ୍ଷ,ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ନିଷ୍ଠା,ଶୃଙ୍ଖଳ ନିମୟମାବଳୀ ଓ ଶିକ୍ଷାଦାନ କୌଶଳ ବେଶ୍ ଗୁରୁତ୍ୱ ବହନ କରିଛି ବୋଲି ଅଭିଭାବକ ମାନେ ପ୍ରକାଶ କରିବା ସହ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ମୋହଲରୁ ଶୁଭେଚ୍ଛା ଜଣାଇବା ସହ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ