କେବେ କାର୍ଯ୍ୟକାରୀ ହେବ ୧୦ ବର୍ଷିଆ ଶିକ୍ଷକ ବଦଳି ନିର୍ଦ୍ଦେଶ

ବନ୍ତ,(ଚାନ୍ଦିନୀ ମହାନ୍ତି) : ରାଜ୍ୟରେ ନୂତନ ବିଜେପି ସରକାର ଗଠନ ହେବା ପରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ବିଜ୍ଞପ୍ତି ନଂ.୧୩୪୫୩/ତା-୧୪-୫-୨୦୨୫ ଜରିଆରେ ପ୍ରାଥମିକ ଶିକ୍ଷକ ମାନଙ୍କ ବଦଳି ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଥିଲେ । ସେହି ଅନୁଯାୟୀ ଗତ ବର୍ଷ କିଛି ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ବଦଳି ହୋଇଥିଲା । ମାତ୍ର ଗୋଟିଏ ବିଦ୍ୟାଳୟରେ ୧୦ ବର୍ଷ ରହି ଶିକ୍ଷକତା କରିଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ବିଭାଗ ବଦଳି କରିବା ପରିବର୍ତ୍ତେ ୧୫ ବର୍ଷରୁ ୨୦ ବର୍ଷ ଗୋଟିଏ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବିଦ୍ୟାଳୟରୁ ଅନ୍ୟ ବିଦ୍ୟାଳୟକୁ ରେସନାଲାଇଜେସନ ପ୍ରକ୍ରିୟାରେ ବଦଳି କରିଥିଲେ । ଚଳିତ ବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷ।। ବିଭାଗ ଚିଠି ନଂ.୭୩୫୩/ତା-୧୩-୪-୨୦୨୬ରେ ସବୁ ଜିଲାର ଜିଲାପାଳ ଓ ଜିଲା ଶିକ୍ଷାଧିକାରୀ ମାନଙ୍କୁ ଗୋଟିଏ ବିଦ୍ୟାଳୟରେ ୧୦ ବର୍ଷ କାର୍ଯ୍ୟ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତାଲିକା ପ୍ରସ୍ତୁତ କରିବା ସହିତ ରେସନାଲାଇଜେସନ ପ୍ରକ୍ରିୟାରେ ଅନ୍ୟ ବିଦ୍ୟାଳୟକୁ ବଦଳି କରିବା ପାଇଁ ଜିଲା ବଦଳି କମିଟିରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅପର ପକ୍ଷରେ ଜନ ଗଣନା କାର୍ଯ୍ୟରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ୨୦୨୭ ମସିହା ଜନଗଣନା କାର୍ଯ୍ୟ ନସରିବା ପର୍ଯ୍ୟନ୍ତ ବଦଳି ନକରିବାକୁ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ ଜନ ଗଣନା କାର୍ଯ୍ୟରେ ନିୟୋଜିତ ନଥିବା ୧୦ ବର୍ଷ ଗୋଟିଏ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବନ୍ତ ବ୍ଲକରେ ରେସନାଲାଇଜେସନ ପ୍ରକ୍ରିୟାରେ ବଦଳି କରିବାରେ ବିଭାଗୀୟ ଅଧିକାରୀ କେତେ ତପ୍ତରତା ଦେଖାଇବେ ତାହା ଆଗାମୀ ଦିନରେ ଜଣାପଡିବ । ଅପର ପକ୍ଷରେ ଦୀର୍ଘ ବର୍ଷ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ କିଛି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରେସନାଲାଇଜେସନ ପ୍ରକ୍ରିୟାରେ ବଦଳି କରିବା ଜରୁରୀ ରହିଛି ବୋଲି ସୂଚନା ମିଳିଛି । ତେବେ ସମୁଦାୟ ବଦଳି ପ୍ରକ୍ରିୟା ସ୍ୱଚ୍ଛତା ଏବଂ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ହେବ ବୋଲି ବିଭିନ୍ନ ମହଲରେ ଆଶା ବ୍ୟକ୍ତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ