ଶ୍ରୀବଳଦେବଜୀଉଙ୍କ ଜଗମୋହନ ମରାମତି ଆରମ୍ଭ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଜଗମୋହନର ମରାମତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଭିଜ୍ଞ କାରୀଗରଙ୍କ ଦ୍ୱାରା ଏହି ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର କାନ୍ଥ ମଧ୍ୟରେ ଥିବା ପୁରୁଣା ଟାଇଲକୁ ବାହାର କରାଯାଉଛି। ଏଥିରେ ନୂତନ ପଥର ବ୍ୟବହାର କରାଯାଇ ଜଗମୋହନ ବା ନାଟ ମଣ୍ଡପର ମରାମତି ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।


