କଇଁଫୁଲିଆ ଛକର ନାମ ପରିବର୍ତ୍ତନକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା

ଆସିକା (ୱାଇଏନ୍‍ଏସ୍‍): ଆସିକା ବିଜୁ ପଟ୍ଟନାୟକ ଛକ-ଚିନିଶିଳ୍ପ ନୁଆଗାଁକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଥିବା କଇଁଫୁଲିଆ ଛକର ନାମକୁ ପରବର୍ତ୍ତନ କରାଯାଇ ପୌର ପରିଷଦ ପକ୍ଷରୁ ସରୋଜ ପାଢୀ ଛକ ନାମିତ କରାଯିବା ଘଟଣାକୁ ନେଇ ଆସିକା ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଥିବା ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା କାହିଁ କେଉଁ ଆବାହମାନ କାଳରୁ ସାରା ରାଜ୍ୟରେ କଇଁଫୁଲିଆ ଛକ ରୂପେ ପରିିଚିତ ଥିବା ଅଞ୍ଚଳକୁ ସରୋଜ ପାଢୀ ଛକ ରୂପେ ନାମିତ କରାଯିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିଲା ବେଳେ ଏହାର ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ଆସିକାରେ ଜନସଚେତନତା ସୃଷ୍ଟି କରାଯାଇ ସଭା, ଶୋଭାଯାତ୍ରା, ଦାବୀପତ୍ର ପ୍ରଦାନ ସାଙ୍ଗକୁ ଧାରଣା ଦେବାକୁ ସଜବାଜ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ଆସିକା ବିଜୁ ପଟ୍ଟନାୟକ ଛକ-ଚିନିଶିଳ୍ପ ନୁଆଗାଁକୁ ସଂଯୋଗ କରୁଥିବା କଇଁଫୁଲିଆ ନାଳ ନିକଟରେ ଥିବା କଇଁଫୁଲିଆ ଛକ ଗତ କିଛି ଦିନ ତଳେ ପୌର ପରିଷଦ ପକ୍ଷରୁ ସରୋଜ ପାଢୀ ଛକ ରୂପେ ନାମିତ କରାଯିବା ସାଙ୍ଗକୁ ସୂଚନା ଫଳକ ମଧ୍ୟ ଲଗାଯାଇଥିବା ଜଣାପଡିଛି । କଇଁଫୁଲିଆ ଛକର ନାମ ପରିବର୍ତ୍ତନକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଓ ଆସନ୍ତୋଷ ପ୍ରକାଶ ପାଉଥିଲା ବେଳେ ଘଟଣା ସଂକ୍ରାନ୍ତରେ ଆସିକାର ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁଙ୍କ ସମେତ ନଚିକେତା ସ୍ୱାଇଁ, ହରେକୃଷ୍ଣ ମଲିକ, ସଂଯୁକ୍ତା ଶତପଥୀ, ବନ୍ଦିତା ପ୍ରଧାନ, ବାସନ୍ତି ପାତ୍ର, ଦୁର୍ଗାବାଇ ବୈଠାରୁ, ନିଗମାନନ୍ଦ ରାଉତ, ପ୍ରଦୀପ କୁମାର ଗୌଡ, ନିରଞ୍ଜନ ଜେନା, ରୀତା ବେହେରା, ବିଜୟଲକ୍ଷ୍ମୀ ବେହେରା, ମାନସ ରଂଜନ ଗୌଡ, ଜିତେନ୍ଦ୍ର ମହାରଣା, ପ୍ରତାପ କୁମାର ପ୍ରଧାନଙ୍କ ସମେତ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର ଆସିକା ଥାନାରେ ଦିଆଯାଇଥିବା ଜଣାପଡିଛି । ଆସିକାର କଇଁଫୁଲିଆ ଛକର ନାମକୁ ପରିବର୍ତ୍ତନ କରାଯାଇ ସରୋଜ ପାଢୀ ଛକ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ କଇଁଫୁଲିଆ ଛକର ନାମକୁ ପରିବର୍ତ୍ତନ ନକରିବା ଦିଗରେ ପଦକ୍ଷେପ ନେବାକୁ କେତେକ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ