ଉପଶାସ୍ତ୍ରୀ ପରୀକ୍ଷାରେ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା
ଆସିକା(ୱାଇଏନ୍ଏସ୍) ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଦ୍ୱାରା ପରିଚାଳିତ ଉପଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆସିକା ଏନ୍ଏସି ଅଧୀନସ୍ଥ ନିରଂଜନ ନଗରରେ ଥିବା ମେକ୍ ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜଣାପଡିଛି । ଚଳିତବର୍ଷ ମେକ୍ ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମୁଦାୟ ୮୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୪ ଜଣ, ଦ୍ୱିତୀୟ ଶ୍ରେଣୀରେ ୬୫ ଜଣ ଓ ତୃତୀୟ ଶ୍ରେଣୀରେ ୫ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣା ପଡିଛି । ମେକ୍ ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମେଧାବୀ ବିଦ୍ୟାର୍ଥୀ ସ୍ୱପ୍ନା ପରିଡା ୪୮୧ ମାର୍କ ରଖି ପ୍ରଥମ ଡିଭିଜନ୍ ହାସଲ କରି ଶିକ୍ଷାନୁଷ୍ଠାନ ଟପର ହୋଇଥିଲା ଜଣାପଡିଛି । ଆସିକା ଏନ୍ଏସି ଅନ୍ତର୍ଗତ ମେକ୍ ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷାର୍ଥୀ ମାନଙ୍କ ଏହି ସଫଳତା ପାଇଁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ, ଅଧ୍ୟାପକ ବାବାନାଥ ମିଶ୍ର, ସନାତନ ପଣ୍ଡା, ଶିଶିର କୁମାର ମିଶ୍ର, କବିତା କୁମାରୀ ଦାଶ, କିରାଣୀ ଟୁନା ମହାରଣା ପ୍ରମୁଖ ଅଭିନନ୍ଦନ ଜଣାଇ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଛି । ଚଳିତ ବର୍ଷର ଉପଶାସ୍ତ୍ରୀ ପରୀକ୍ଷାରେ ମେକ୍ ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସଫଳତା ହାସଲ କରି ଅତୀତର ରେକର୍ଡକୁ ବଳବତ୍ତର ରଖିଥିବା ଜଣାପଡିଛି । ମେକ୍ ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ସାଙ୍ଗକୁ ଛାତ୍ରଛାତ୍ରୀ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି। ମେକ୍ ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ପ୍ରଥମ ଶ୍ରେଣୀରେ ପାସ୍ ହୋଇ ଶିକ୍ଷାନୁଷ୍ଠାନ ସ୍ତରରେ ଟପ୍ପର ହୋଇଥିବା ମେଧାବୀ ବିଦ୍ୟାର୍ଥୀ ସ୍ୱପ୍ନା ପରିଡାଙ୍କୁ ଆସିକା ପୌର ପରିଷଦ ଅଧୀନସ୍ଥ ୧୮ ନମ୍ବର ୱାର୍ଡର ପାକଲାପଲ୍ଲୀ ଗ୍ରାମର ଗ୍ରାମ୍ୟ କମିଟି ସଭାପତି ସନ୍ତୋଷ କୁମାର ପୋଲାଇ, ପୂର୍ବତନ କାଉନସିଲର ରବିନ୍ଦ୍ରନାଥ ପୋଲାଇ, ସାଇଶଙ୍କର ପୋଲାଇ, ପ୍ରଫୁଲ କୁମାର ପୋଲାଇ, ନିରଞ୍ଜନ ପୋଲାଇ, ରମେଶ ଚନ୍ଦ୍ର ପୋଲାଇ, ସୂର୍ଯ୍ୟନାରାୟଣ ପ୍ରଧାନ, ସଂସାର ପୋଲାଇ, ଅମିତ୍ କୁମାର ପୋଲାଇ, ଜଗନ୍ନାଥ ପୋଲାଇ, ହୃଶିକେଷ ପୋଲାଇ, ଗଙ୍ଗାଧର ବିଷୋୟୀ, ଶଙ୍କର ପୋଲାଇ, ସାଇବିଷ୍ଣୁ ପାତ୍ରଙ୍କ ସମେତ ବହୁ ସଚେତନ ନାଗରିକ ଓ ଗ୍ରାମବାସୀ ଶୁଭେଛା ଓ ଅଭିନନ୍ଦନର ଜ୍ଞାପନ କରିଥିବା ଜଣାପଡିଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୮ ନମ୍ବର ୱାର୍ଡର ପାକଲାପଲ୍ଲୀ ଗ୍ରାମର ପ୍ରତିଭାବାନ୍ ବିଦ୍ୟାର୍ଥୀ ତଥା ମେକ୍ ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉପଶାସ୍ତ୍ରୀ ପରୀକ୍ଷାରେ ନିଜ ଶିକ୍ଷାନୁଷ୍ଠାନସ୍ତରରେ ଟପ୍ପର ହୋଇଥିବା ସ୍ୱପ୍ନା ପରିଡା ଭବିଷ୍ୟତରେ ଭଲ ପାଠ ପଢି ଦକ୍ଷ ପୋଲିସ ଅଫିସର ହେବେ ବୋଲି ଆଶା ରଖିଥିବା ଜଣାପଡିଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୮ ନମ୍ବର ୱାର୍ଡର ପାକଲାପଲ୍ଲୀ ଗ୍ରାମର ସିମାଞ୍ଚଳ ପରିଡା ଓ ଗୃହିଣୀ ଶୈଳ ପରିଡାଙ୍କ ସୁକନ୍ୟା ସ୍ୱପ୍ନା ପରିଡା ଚଳିତବର୍ଷ ମେକ୍ ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ସ୍କୁଲସ୍ତରରେ ଟପ୍ପର ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବା ବେଳେ ନିଜର ନିଷ୍ଠା, ଅଧ୍ୟବସାୟ ଓ କଠିନ ପରିଶ୍ରମର ଫଳ ସେ ପାଇଛନ୍ତି ବୋଲି ଆଲୋଚିତ ହେଉଛି । ସଂସ୍କୃତ ଶିକ୍ଷାର ବିକାଶ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱକୁ ଜାହିର୍ କରିଆସୁଥିବା ଆସିକା ଅଞ୍ଚଳର ଅତି ପୁରାତନ ମେକ୍ ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପଶାସ୍ତ୍ରୀ ପରୀକ୍ଷାରେ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଉଲ୍ଲେଖନୀୟ ସଫଳତା ପାଇଥିବା ଜଣାପଡିଛି ।


