ହାବଳେଶ୍ୱର ନିକଟରୁ ଗଛିତ ବାଲିକୁ ଜବତ କଲା ଖଣି ବିଭାଗ

ହାଟଡିହି (ଓ୍ବାଇଏନଏସ): ବାଲି ମାଫିଆ ମାନେ ଅନେକ ସ୍ଥାନରେ ନଦୀରୁ ବାଲି ଉତ୍ତୋଳନ କରି ବିଭିନ୍ନ ସ୍ଥାନରେ ଗଛିତ ରଖିବା ପରେ ନଦୀରେ ପାଣି ଆସିଲେ କିମ୍ବା ଉତ୍ତୋଳନ ବନ୍ଦ ହୋଇଗଲେ ଏହି ଗଛିତ ବାଲିକୁ ରାତି ଅଧିଆ ଚଢା ଦରରେ ବିକ୍ରୀ କରୁଥିଲେ। କିନ୍ତୁ ଏବେ ଖଣି ବିଭାଗ ତତ୍ପର ହୋଇ ଏହି ବେଆଇନ ବାଲି ଡମ୍ପ ଗୁଡିକୁ ଜବଦ କରିବାରେ ଲାଗି ପଡିଛି। ଗତ କିଛିଦିନ ତଳେ ନୂଆଗାଁ, ଧକୋଠା, ବୀର ଗୋବିନ୍ଦପୁର ନିକଟରେ ଥିବା ବାଲି ଡାମ୍ପ କୁ ଜବଦ କରି ପରବର୍ତ୍ତି ସମୟରେ ନିଲାମ କରାଯାଇ ଥିବା ବେଳେ ଆଜି ଗିରିଗାଁ ନିକଟରେ ଥିବା ବେଆଇନ ବାଲିଡମ୍ପ କୁ ନିଲାମ କରିଥିଲେ। ସେହିପରି ଆଜି ହାବଳେଶ୍ୱର ନିକଟରେ ବେଆଇନ ଭାବେ ଗଛିତ ଥିବା ବାଲିକୁ ଖଣି ବିଭାଗ ଜବଦ କରିଥିବା ଜିଲ୍ଲା ଖଣି ଅଧିକାରୀ ତାରିଣୀ ସିଂ ସୂଚନା ଦେଇଛନ୍ତି। ୪୫୦ କ୍ୟୁବିକ ମିଟରରୁ ଅଧିକ ବାଲି ଜବଦ ହୋଇଥିବା ବେଳେ ଆସନ୍ତା କାଲି ନିଲାମ କରାଯିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ