ବିଜେଡ଼ିର “ନାରୀ ଅଧିକାର ଅଭିଯାନ”

ବରୀ,(ଚୈତନ୍ୟ ଜେନା) : ବିରୋଧୀ ଯେତେ ଅପ ପ୍ରଚାର କଲେ ମଧ୍ୟ ଏତେ ଗରମ ଗୁଳୁଗୁଳିରେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ଯୋଗ ଦେବା ଘଟଣା ବରୀ ରାଜନୀତିକୁ ସରଗରମ କରିଛି। ବରୀ ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ଓ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରୀ ବ୍ଲକ ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ ସଭାପତିତ୍ୱ କରିଥିବା ବେଳେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ, ପ୍ରାକ୍ତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପ୍ରାକ୍ତନ ସାଂସଦ ଶର୍ମିଷ୍ଠା ସେଠୀ  ପ୍ରମୁଖ ଉପସ୍ଥିତ ଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବରୀ ବିଧାୟକ। କେନ୍ଦ୍ର ସରକାର ଶତକଡା ୩୩ ଭାଗ ମହିଳାଙ୍କ ସଂରକ୍ଷଣ ବିଲକୁ ନେଇ ଲୋକ ମାନଙ୍କୁ ଭୁଆଁ ବୁଲାଉଥିବା ବେଳେ ଏବେ ଭାଜପା ଶାସନରେ ରାଜ୍ୟରେ ନାରୀ ନିର୍ଯାତନା, ଅତ୍ୟାଚାର, ବଢ଼ି ବଢ଼ି ଚାଲିଛି। ଜନ ସାଧାରଣଙ୍କ ଠାରୁ ରାଜ୍ୟ ସରକାର ବିଭିନ୍ନ ଉପାୟରେ ଟିକସ ଓ ଜୋରିମାନା ଆଦାୟ କରୁଥିବା ବେଳେ ସାଧାରଣ ଜନତାଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି। ଯାହାକୁ ନେଇ  ଆଗାମୀ ପଞ୍ଚାୟତ ନିର୍ବାଚନରେ ସାଧାରଣ ଲୋକେ ଏହାର ଜବାବ୍ ଦେବେ ବୋଲି ବିଧାୟକ ଶ୍ରୀ ମଲ୍ଲିକ କହିଥିଲେ। ସେହିପରି ନାରୀ ନିର୍ଯାତନା ଓ ମହିଳା ମାନଙ୍କୁ ମିଛ ପ୍ରତିଶ୍ରୁତି ଦେବା ମହଙ୍ଗା ପଡ଼ିବ। ମିଛୁଆ ସରକାର ରଙ୍ଗ ବଦଳା ସରକାରକୁ ଆଗାମୀ ଦିନରେ ଏହି ମା ମାନେ ଉଚିତ୍ ଜବାବ ଦେବେ ବୋଲି ପ୍ରାକ୍ତନ ସାଂସଦ ଶର୍ମିଷ୍ଠା ସେଠୀ କହିଥିଲେ। ସର୍ବୋପରି ନାରୀ ସୁରକ୍ଷା ଓ ଚାଷୀ ମାନଙ୍କ ସମସ୍ୟା ସହିତ ବିକାସ ଠପ୍ ହେବା ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ବବି ଦାସ। ଅନ୍ୟ ପକ୍ଷରେ ପ୍ରବଳ ଖରା ତାତି କୁ ଖାତିର ନ କରି ହଜାର ହଜାର ସଂଖ୍ୟାରେ ମହିଳା ମାନେ ଏହି ସମାବେଶରେ ଯୋଗଦେଇ ପୂର୍ବ ନବୀନ ସରକାରଙ୍କ ଗୁଣଗାନ କରିଥିବା ବେଳେ ବର୍ତ୍ତମାନ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି।ପରେ ମହିଳା ମାନେ ସଭା ନିକଟରୁ ଏକ ବିଶାଳ ପଟୁଆରରେ ଆସି ବରୀ ବ୍ଲକ କାର୍ଯ୍ୟଳୟରେ ପହଞ୍ଚି ବରୀ ବ୍ଲକ ବିଡ଼ିଓ ମିନତି ଜଗଦେବଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଏକ ଦାବିପତ୍ର ଦେଇଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ