ପଞ୍ଚାୟତସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ କୁମାର ଦାସ) :ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଉତ୍କର୍ଷ ନିମାପଡ଼ା ୨.୦ କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟେକ ପଞ୍ଚାୟତ ରେ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ନିକଟସ୍ଥ ତୁଳସୀପୁର ଓ ବାହାରଣା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତୁଳସୀପୁର ପଞ୍ଚାୟତରେ ଆୟୋଜିତ କ୍ରିକେଟ ପ୍ରତିଯୋଗିତାରେ ସ୍ଥାନୀୟ ସରପଞ୍ଚ ମଞ୍ଜୁଶ୍ରୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ନୋଡାଲ ଅଫିସର ଭାବେ ଏଲିନା ଖୁଣ୍ଟିଆ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅରକ୍ଷିତ ଭୋଇ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ମୁରଲୀଧର ପ୍ରଧାନ, ଶିକ୍ଷାବିତ ତ୍ରିଲୋଚନ କର, ପ୍ରକାଶ ସାହୁ, ସମାଜସେବୀ ପ୍ରଫୁଲ୍ଲ ସାହୁ, ଏଏନଏମ ଜୟନ୍ତ ତ୍ରିପାଠୀଙ୍କ ସମେତ ସ୍ଥାନୀୟ ଆଶା କର୍ମୀମାନେ ଉପସ୍ଥିତ ଥିଲେ।ସେହିଭଳି ବାହାରଣା ପଞ୍ଚାୟତରେ ଆୟୋଜିତ ପ୍ରତିଯୋଗିତାରେ ନିମାପଡ଼ା ବ୍ଲକ ସାଂସଦ ପ୍ରତିନିଧି ପୂର୍ଣ୍ଣିଚନ୍ଦ୍ର ଓଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୀଳମଣି ସ୍ମୃତି ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରମେଶ କୁମାର ରାଉତ, ପ୍ରାକ୍ତନ କ୍ରୀଡା ଶିକ୍ଷକ ମୁରଲୀଧର ପ୍ରଧାନ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ସ୍ୱାଇଁ, ନୋଡାଲ ଅଫିସର ଲିସ୍ପା ପ୍ରିୟଦର୍ଶିନୀ ଦଳାଇ, ପଞ୍ଚାୟତ ଅଫିସର ପ୍ରିୟଙ୍କା ପ୍ରିୟଦର୍ଶିନୀ ଏବଂ ପ୍ରମେଶ ଖଟୋଇ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଖେଳର ଶୁଭାରମ୍ଭ କରିଥିଲେ । ଏହି ପଞ୍ଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ସ୍ଥାନୀୟ ଅଞ୍ଚଳର ବଛା ବଛା କ୍ରିକେଟ ଖେଳାଳିଙ୍କୁ ନେଇ ମୋଟ ୪ଟି ଦଳ ଗଠନ କରାଯାଇଛି, ଯାହା ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଉପ-ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ ଏବଂ ‘ଉତ୍କର୍ଷ ନିମାପଡ଼ା ୨.୦’ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ କରାଯାଇଥିବା ଏହି ଆୟୋଜନକୁ ସ୍ଥାନୀୟ କ୍ରୀଡାପ୍ରେମୀ ଓ ବୁଦ୍ଧିଜୀବୀ ମହଲରେ ବେଶ୍ ଉଚ୍ଚ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ