ଘରେ ପଶି ସୁନା, ରୁପା ଚୋରି

ଗୁଣପୁର,(ୱାଇଏନଏସ): ରାମନାଗୁଡା ବ୍ଲକ ତଥା ଗୁଣପୁର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଗାଁରେ ଘରେ ପଶି ଦୁର୍ବୁତ୍ତ ମାନେ ଲୁଟ କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକ କହିବା ଅନୁଯାୟୀ ଘର ମାଲିକ ପେଦିନା ରାମା ରାଓ ସ୍ତ୍ରୀ ସହ ମିଶି ସପ୍ତାହ ହେଲା ପଦ୍ମପୁରରେ ରହୁଥିବା ତାଙ୍କ ପୁଅ ଘରକୁ ଯାଇଥିଲେ। ଆଜି ତାଙ୍କ ବଡ଼ ପୁଅ ପଦ୍ମପୁରରୁ ସୁଭଦ୍ରାପୁର ଘରକୁ ଯାଇ ଦେଖିବା ବେଳକୁ ଘର କବାଟ ଚାବି ଭାଙ୍ଗି ଆଲମୀରାରେ ଥିବା ପ୍ରାୟ ୪ ତୋଳାର ସୁନା ହାର, କାନ ରିଙ୍ଗ ,ଏକ କେଜି ରୁପା ଅଳଙ୍କାର ଏବଂ ନଗଦ ୧୨ ହଜାର ଟଙ୍କା ଚୋରି ଯାଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ଖବର ପାଇ ଗୁଣପୁର ଥାନା ପୁଲିସ ଫୋର୍ସ ସବ ଇନ୍ସପେକ୍ସର ରଞ୍ଜିତ ତ୍ରିପାଠୀଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଆଇଆଇସି କେକେ ବିକେ କହଁର ଗଣମାଧ୍ୟମକୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ