ପବିତ୍ର ଇଦ୍-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ

ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଓ ଏନ ଏ ସି ଅଞ୍ଚଳରେ ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ-ଜୁହା (ବକ୍ରିଦ) ପର୍ବ ମହାଆଡମ୍ୱରରେ ପାଳିତ ହୋଇଯାଇଛି।ମୁସଲମାନ ସମ୍ପ୍ରଦାୟର ଏହି ପର୍ବ ତିନିଦିନି ବ୍ୟାପି ପାଳନ ହେଉଥିବା ବେଳେ ପ୍ରଥମ ଦିନ ସକାଳ ୬ଟା ୩୦ରେ ପୀରବାବାଙ୍କ ଗୋଲାପ ଜଳରେ ଗୋସଲ (ସ୍ନାନ) ପରେ ୮ଟା ସମୟରେ ଧାମନଗର ସ୍ଥିତ ଇଦଗା ମଇଦାନ ଠାରେ ସମୂହ ନମାଜ ପାଠ ସହ ବିଭିନ୍ନ ସାହି,ବସ୍ତିରେ ଥିବା ମସଜିଦରେ ମଧ୍ୟ ନମାଜ ପାଠ ପଢା ଯାଇଛି। ଏହି ଅବସରରେ ଧାମନଗର ଖାନକା ସରିଫର ନୂତନ ମତୱଲି ଆଲହାଜ ସୟଦ ହବିବ ରଜା ହବିବି ଇଦଗା ମଇଦାନ ଠାରେ ହଜାର ହଜାର ମୁସଲମାନ ଭାଇମାନଙ୍କୁ ସମୂହ ନମାଜ ପାଠ ପଢ଼ାଇଛନ୍ତି।ଧାମନଗର ହେଉଛି ଭାଇଚାରାର ମାଟି ଏଠି ହିନ୍ଦୁ ମୁସଲିମ ଉଭୟ ପରସ୍ପର ମଧ୍ୟରେ କାନ୍ଧକୁ କାନ୍ଧ ମିଳାଇ ଇଦ୍-ଉଲ-ଜୁହା ମୁବାରକ୍ ଜଣାଇ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ପୀରବାବାଙ୍କ ସାନ ନାତି ଆଲହଜ ସୟଦ ଗୋଲାମ ଅହେମ୍ମଦ ହବିବି (ମସ୍ତାନ-ଏ ମିଲ୍ଲତ୍)ଙ୍କୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଖାନକା ମଜାର ସରିଫ ପର୍ଯ୍ୟନ୍ତ ନିଆଯାଇ ଥିଲା। ସେଠାରେ ଫାତେହା ପରେ ଭକ୍ତ ଓ ଶ୍ରଦ୍ଧାଳୁ ପୀରବାବାଙ୍କୁ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମୁସଲମାନ ଭାଇ ମାନେ କାନ୍ଧକୁ କାନ୍ଧ ମିଶାଇ ପରସ୍ପରକୁ ଇଦ୍-ଉଲ ଜୁହା ମୁବାରକ ଜଣାଇବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଧାମନଗର ହେଉଛି ଭାଇଚାରାର ମାଟି ଏଠି ହିନ୍ଦୁ ମୁସଲିମ ଉଭୟ ପରସ୍ପର ମଧ୍ୟରେ କାନ୍ଧକୁ କାନ୍ଧ ମିଳାଇ ଇଦ୍-ଉଲ-ଜୁହା ମୁବାରକ୍ ଜଣାଇଥିବା ବେଳେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସେହିପରି ଦୋବଲ, ମୁସ୍ତଫାପୁର, ପିତେଇପୁର, ବୟାଙ୍ଗଡିହି, ନଦୀଗାଁ,ପନ୍ଦରବାଟିଆ,ଚୁଡାକୁଟି ଆଦି ସ୍ଥାନରେ ଏହି ପର୍ବ ପାଳନ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭଦ୍ରକ ଏସପି ମନୋଜ କୁମାର ରାଉତ ଧାମନଗର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ବେହେରା ଉପସ୍ଥିତ ରହି ଧାମନଗର ଓ ଧୁଷୁରୀ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଆଗରପଡା ଥାନା ଅଧିକାରୀ ରାଜେଶ କୁମାର ସେଠୀ,ଜିଲ୍ଲା ହେଡକ୍ୱାଟରରୁ ଜଣେ ଇନ୍ସପେକ୍ଟର ଦୁଇ ଜଣଙ୍କୁ ନିୟୋଜିତ କରାଯାଇଥିଲା। ଥାନା ଅଧିକାରୀ ସୁଭ୍ରଜିତ ଦାଶଙ୍କ ତତ୍ତ୍ୱାବଧାନରେ ଥାନାର ଅନ୍ୟ ସମସ୍ତ ଅଫିସର ଓ କର୍ମଚାରୀ ଏବଂ ୩ପ୍ଲାଟୁନ ଫୋର୍ସ ସହରର ବିଭିନ୍ନ ସାହି ବସ୍ତି ଓ ଛକ ବଜାର ମାନଙ୍କରେ ମୁତୟନ କରାଯାଇଥିଲା। ଧାମନଗର ଏସ ଡି ପି ଓ ଅନିରୁଦ୍ଧ ମୁଦୁଲି ଥାନାରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଆଇଆଇସି ସୁଭ୍ରଜିତ ଦାଶ ବିଭିନ୍ନ ଅଞ୍ଚଳ ବୁଲି ପେଟ୍ରୋଲିଂକୁ କଡ଼ାକଡ଼ି କରିବା ସହିତ ପରିସ୍ଥିତି ଉପରେ ତୀକ୍ଷାଣ୍ୟ ଦୃଷ୍ଟି ରଖି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ପ୍ରକାଶ ଥାଉକି ପୀରବାବାଙ୍କ ସାନ ନାତି ଆଲହଜ ସୟଦ ଗୋଲାମ ଅହେମ୍ମଦ ହବିବି (ମସ୍ତାନ-ଏ ମିଲ୍ଲତ୍),ବାବାଙ୍କ ବଡ଼ ଜ୍ୱାଇଁ ଏମଡି ଫଜଲେ ବାରିଙ୍କ ସହ ଭକ୍ତ ଓ ଶ୍ରଦ୍ଧାଳୁ ଥାନାରେ ପହଞ୍ଚି ଏସପି ମନୋଜ କୁମାର ରାଉତଙ୍କୁ ଭେଟି ଇଦ୍-ଉଲ ଜୁହା ମୁବାରକ ଜଣାଇ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ