ପୋଲିସ ସେବାକୁ ସାଧାରଣଙ୍କ ଠାରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ: ଏସପି ପ୍ରହ୍ଲାଦ ସହାୟ ମୀନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ନୂତନ ଏସପି ଭାବେ ପ୍ରହ୍ଲାଦ ସହାୟ ମୀନା ଦାୟିତ୍ୱ ଗ୍ରହଣ କରିଛନ୍ତି. ଆଇପିଏସ ଅଧିକାରୀ ଶ୍ରୀ ମୀନା ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ କରି କହିଛନ୍ତି, ପୋଲିସ ସେବାକୁ ସାଧାରଣଙ୍କ ଠାରେ ପହଞ୍ଚାଇବା ମୋର  ମୂଳ ଲକ୍ଷ୍ୟ ରହିବ. ଏଠାରେ ସୂଚନାଯୋଗ୍ୟଯେ, ପୂର୍ବତନ ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା ଅବସର ନେବା ପରେ ସାମୟିକ ଭାବେ ସୁନୀଲକାନ୍ତ ମହାନ୍ତି ଓ ପରେ ବ୍ରହ୍ମପୁର ଏସପି ଡଃ. ଶ୍ରବଣ ବିବେକ ଏମ୍ ଏହି ଦାୟିତ୍ଵ ତୁଲାଉଥିଲେ। ବରଗଡ଼ରୁବଦଳି ହୋଇ ଆସିଥିବା ପ୍ରହ୍ଲାଦ ସହାୟ ମୀନା ବର୍ତ୍ତମାନ ଗଜପତିର ଏସପି ଦାୟିତ୍ଵ ଗ୍ରହଣ କରିଛନ୍ତି. ଏହି ଅବସରରେ ପୁଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ସମେତ ପୋଲିସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନୂତନ ଏସପିଙ୍କୁ ସ୍ବାଗତ ଜଣାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ