ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ-୨୦୨୬

ଗୋପାଳପୁର, (ଓ୍ବାଇଏନଏସ): ଭାରତୀୟ ଜନତା ପାର୍ଟି, ଗଞ୍ଜାମ ଜିଲ୍ଲା ପକ୍ଷରୁ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” ପ୍ରଶିକ୍ଷଣ ବର୍ଗ ଗୋପାଳପୁର ସ୍ଥିତ ହୋଟେଲ୍ ପ୍ରମୋଦ ରେଡ଼ିସନ୍ ଠାରେ ଉଦଘାଟନ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତଙ୍କ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ବର୍ଗକୁ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ୍, ପୁର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଉଦଘାଟନ ସତ୍ରର ଶୁଭାରମ୍ଭ କରିଥିଲେ । ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ସ୍ୱାଗତ ଭାଷଣ ରଖିଥିବା ବେଳେ ଉଦଘାଟନୀ ଭାଷଣ ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରଖିଥିଲେ । ନିଜକୁ ନିଖୁଣ କାର୍ଯ୍ୟକର୍ତ୍ତା ଭାବେ ଗଢ଼ି ତୋଳିବା ପାଇଁ ଏହି ପ୍ରଶିକ୍ଷଣ ବର୍ଗ ସଂଗଠନର ଏହା ଏକ ଉତ୍ତମ ପଦକ୍ଷେପ । ୧୯୮୪ ମସିହାରେ ଭାରତୀୟ ଜନତା ପାର୍ଟିର ମାତ୍ର ଦୁଇ ଜଣ ସାଂସଦ ଥିବାବେଳେ, କାର୍ଯ୍ୟକର୍ତ୍ତାଙ୍କ ଦୀର୍ଘ ଦିନର ନିଷ୍ଠା ଓ ପ୍ରଚେଷ୍ଟା ପରେ ଆଜି ଦେଶରେ ବିଜେପି ଏକ ପୁର୍ଣ୍ଣମତ ସରକାର ଗଢ଼ିପାରିଛି । ଗତ ୧୨ ବର୍ଷ ମଧ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଘୋଷଣା କରାଯାଇଥିବା ବହୁ ଜନହିତକାରୀ ଯୋଜନା ମଧ୍ୟରୁ ପ୍ରମୁଖତଃ ୫୨ ଟି ଯୋଜନା ଜନମୁଖି ହୋଇପାରିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକ ବିଷୟରେ କାର୍ଯ୍ୟକର୍ତ୍ତା ମାନେ ଜାଣି ଏହାର ଉପଲବ୍ଧି ବିଷୟରେ ହିତାଧିକାରୀ ମାନଙ୍କୁ ଜଣାଇବା ଦରକାର । ସରକାରଙ୍କ ସଫଳତାକୁ ନେଇ ବିରୋଧି ଆଜି ଆଇସିୟୁରେ ବୋଲି ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭିନ୍ନ ବିଷୟ ଉପରେ କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଦଳୀୟ ବିଚାରଧାରାକୁ ସୁଦୃଢ଼ କରିବା ସହ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଏହି ପ୍ରଶିକ୍ଷଣ ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭିନ୍ନ ବିଷୟ ଉପରେ ମାର୍ଗ ଦର୍ଶନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମାନ୍ୟବର ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାନ୍ୟବର ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ମାନ୍ୟବର ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥୀ, ଗଞ୍ଜାମ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ପ୍ରଭାରୀ ଲଲାଟେନ୍ଦୁ ବଡୁ, ସହ ପ୍ରଭାରୀ ଜୟନ୍ତୀ ପଢ଼ିୟାରୀ ପ୍ରମୁଖ ଉପସ୍ଥିତ ଥିଲେ । ପରେ ପ୍ରଥମ ସତ୍ରକୁ ମାନ୍ୟବର ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଞ୍ଚ ସଞ୍ଚାଳନ କରିଥିବା ବେଳେ ବକ୍ତା ଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଯତୀନ୍ ମହାନ୍ତି ଯୋଗ ଦେଇ ବୈଚାରିକ ଅଧିଷ୍ଠାନ, ବିଜେପିର ବିଚାରଧାରା, ବିଜେପିର ରାଷ୍ଟ୍ରବାଦ, ବିଜେପିର ଇତିହାସ ଏବଂ ବିକାଶ, ବିଜେପି ରାଜନୀତିର ଆଧାର (ପଞ୍ଚନିଷ୍ଠା), ବିଜେପିର ଲକ୍ଷ ଏବଂ ମାର୍ଗ (ଅନ୍ତ୍ୟୋଦୟରୁ ବିକଶିତ ଭାରତ ଗଠନ ଉପରେ ବିସ୍ତୃତ ଭାବେ ମାର୍ଗ ଦର୍ଶନ କରିଥିଲେ) । ଦ୍ଵିତୀୟ ସତ୍ରରେ ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଯୋଗ ଦେଇ ବିଚାର ପରିବାର, ବୁଥ୍ ପରିଚାଳନା, ମନ୍ କି ବାତ୍ ଆଦି ବିଭିନ୍ନ ବିଷୟ ଉପରେ କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ତୃତୀୟ ସତ୍ରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ପାଢ଼ୀ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥୀ କାର୍ଯ୍ୟ ପଦ୍ଧତି, ବିଚାର ପରିବାର ଉପରେ ମାର୍ଗ ଦର୍ଶନ କରିଥିଲେ । ଚତୁର୍ଥ ସତ୍ରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ମଞ୍ଚ ସଞ୍ଚାଳନ କରିଥିବା ବେଳେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ରାଷ୍ଟ୍ର ସମ୍ମୁଖରେ ଥିବା ଆହ୍ବାନ ଉପରେ ମାର୍ଗ ଦର୍ଶନ କରିଥିଲେ । ପଞ୍ଚମ ସତ୍ରରେ  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ମୟାନନ୍ଦ ଦାସ ମଞ୍ଚ ସଞ୍ଚାଳନ କରିଥିବା ବେଳେ ବିଜେପିର ବରିଷ୍ଠ ନେତା ତଥା ପ୍ରଶିକ୍ଷଣ ମହାଅଭିଯାନର ପ୍ରଭାରୀ ଲଲାଟେନ୍ଦୁ ବଡୁ ଯୋଗ ଦେଇ କାର୍ଯ୍ୟବିସ୍ତାର ଓ ଦୃଷ୍ଟିକୋଣ ଉପରେ ମାର୍ଗ ଦର୍ଶନ କରିଥିଲେ । ଷଷ୍ଠ ସତ୍ରରେ ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥୀ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରୀପାଠୀ ଯୋଗ ଦେଇ କାର୍ଯ୍ୟକର୍ତ୍ତା ବିକାଶ, ନିର୍ମାଣ ଏବଂ ଦାୟିତ୍ଵବୋଧ ଉପରେ ମାର୍ଗ ଦର୍ଶନ କରିଥିଲେ । ସପ୍ତମ ସତ୍ରରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏବଂ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସୋସିଆଲ୍ ମିଡ଼ିଆ ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ପାଢ଼ୀ ଯୋଗ ଦେଇ ମିଡ଼ିଆ ଏବଂ ସୋସିଆଲ୍ ମିଡ଼ିଆ ଉପରେ କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ଗୈାରୀ ଶଙ୍କର ସାମନ୍ତରା,ପଦ୍ମ ଚରଣ ସାହୁ,ବରିଷ୍ଠ ନେତା କୁଞ୍ଜବିହାରୀ ପାଣିଗ୍ରାହୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ମୟାନନ୍ଦ ଦାସ, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ, ପ୍ରବୀର ପାତ୍ର, ରତ୍ନଗର୍ଭା ସରସ୍ୱତୀ ଦେବୀ, ଶିବ ଶଙ୍କର ନାୟକ, ବନିତା ସାହୁ, ସ୍ମିତାଲି ସ୍ମୃତିସ୍ନିଗ୍ଧା ପାତ୍ର, ସବିତା ସୁଆର, ପ୍ରଦୀପ ନାୟକ, କର୍ପୋରେଟର ସବିତା ସାହୁ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ତୁତୁନ୍ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବି. ସୋମନାଥ ପାତ୍ର, ପରେଶ ରଥ, ଶିବ ପ୍ରସାଦ ସତପଥୀ, ଶ୍ରୀକାନ୍ତ ପାଢ଼ୀ, ଶଙ୍କର ପ୍ରଧାନ ପ୍ରମୁଖ ସହ ଗଞ୍ଜାମ ଜିଲ୍ଲାର ବରିଷ୍ଠ ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ