ଆମ ପୋଲିସ ବୈଠକ, ଦୁଇ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ନନ୍ଦିପଦା ଥାନା ଆମ ପୋଲିସ ସମିତିର ଏକ ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ଆଇଆଇସି ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆମ ପୁଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କିଶୋର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ଜେନା, ଧୁଶାସନ ସାହୁ, ବୀରେନ୍ଦ୍ର କୁମାର ବିଶ୍ୱାଳ, ପ୍ରମୋଦ କୁମାର ନାୟକ, ବାଳକୃଷ୍ଣ ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ନନ୍ଦିପଦା ଥାନାରୁ ଅନ୍ୟ ଥାନାକୁ ବଦଳି ହୋଇ ଯାଉଥିବା ଦୁଇ ଏ.ଏସ.ଆଇ  ସୁଷମା ସୁନ୍ଦରୀ ସେଠୀ ଓ ଜମ୍ବୁବତୀ ପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ପୋଲିସ ଅଫିସର ଚୈତନ୍ୟ ଚରଣ ନାୟକ, ରାମଚନ୍ଦ୍ର ମହାନ୍ତ, ଏଏସ ଆଇ ଲକ୍ଷ୍ମୀପ୍ରୀୟା ବଳ ପ୍ରମୁଖ ଯୋଗଦେଇଥିବା ବେଳେ ଜିତେନ୍ଦ୍ର କୁମାର ଜେନା,  ନିତ୍ୟାନନ୍ଦ ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ