ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ
ଗୁଣପୁର,(ୱାଇ ଏନ ଏସ): ଗୁଣପୁର ବ୍ଲକ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମ୍ମିତି ବୈଠକ ଅଧ୍ୟକ୍ଷା ଝିଲି ଶବରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ସୂଚୀ ଅନୁଯାୟୀ ବ୍ଲକରେ ଚାଲିଥିବା ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଡ଼ିଓ ସ୍ବସ୍ତିକ ଜମାଦାର ବିବରଣୀ ପ୍ରଦାନ କରିଥିଲେ। ସେହିପରି ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।ଏହି ବୈଠକରେ ନିଜ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ସରପଞ୍ଚ ଓ ସମିତି ସଭ୍ୟ ମାନେ ଆଲୋକପାତ କରି ତାଲିକା ପ୍ରଦାନ କରିଥିଲେ। ଏହି ବୈଠକରେ ଉପସ୍ଥିତ ଥିବା ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ବିଭିନ୍ନ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯିବ। ଏଥିପାଇଁ ଆବଶ୍ୟକ ଜାଗା ଚିହ୍ନଟ କରିବାକୁ ତହସିଲଦାରଙ୍କ ସହ ଆଲୋଚନା କରିବାକୁ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ଗ୍ରାମାଞ୍ଚଳରେ ସାର ନପାଇ ଚାଷୀ ମାନେ ହଇରାଣ ହେଉଛନ୍ତି। ସାର ବାଟ ମାରଣ ରୋକିବାକୁ କୋଠର ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ଗମାଙ୍ଗ ବିଭାଗୀୟ କତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ଡିଜେଲ ସମସ୍ୟା ଯୋଗୁ ଘାଟି ଅଞ୍ଚଳରେ ପାଣି ସମସ୍ୟା ଦୂର କରିବାକୁ ବୋରଓଲ ଖୋଳାଯିବାରେ ଅନ୍ତରାୟ ସୃଷ୍ଟି ହେଉଛି ବୋଲି ସଫେଇ ଦିଆଯାଇଥିଲା। ଅପର ପକ୍ଷରେ ସ୍ବାସ୍ଥ୍ୟ ବିଭାଗର କେହି ଅଧିକାରୀ ଯୋଗଦେଇ ନଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନେଇ ଆଲୋଚନା ହୋଇପାରିନଥିଲା। ଉକ୍ତ ବୈଠକରେ ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର ,ସହକାରୀ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା , ସାଂସଦ ପ୍ରତିନିଧି ସନ୍ତୋଷନି ଶବର,ସରପଞ୍ଚ, ସମିତି ସଭ୍ୟ ଓ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


