ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ତଥା ଓଡଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ମଙ୍ଗୁଲି ସରକାରୀ ସଂଯୁକ୍ତ ଉପ୍ରା ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ରମାକାନ୍ତ ରାଉତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ତିହିଡି ପ୍ରାଣୀ ଚିକିତ୍ସାଳୟର ପ୍ରାଣୀ ଚିିକିତ୍ସାଧିକାରୀ ନିରାକର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଦିଲୀପ ରାଉତରାଏ, ମୁଖ୍ୟ ବକ୍ତା ଭାବେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ସରପଞ୍ଚସତ୍ୟଭାମା ଧଳ, ସମିତି ସଭ୍ୟା ନିରୁପମା ରାଉତ, ସିଆରସିସି ପରମେଶ୍ୱର ପୃଷ୍ଟି, ସମାଜସେବୀ ସନ୍ତୋଷ କୁମାର ନାୟକ, ବ୍ଲକ ପ୍ରାଥମିକ ନିଖିଳ ଉତ୍କଳ ଶିକ୍ଷକ ସଂଘର ସଭାପତି ଧର୍ମେନ୍ଦ୍ର ନାରାୟଣ ଜେନା, ଚାରିତୀରା କାଜିପୋଖରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତପସ୍ୱିନୀ ପହି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହରେକୃଷ୍ଣ ପରିଡା, ୱାର୍ଡ ସଭ୍ୟା ବୀଣାପାଣି ଘଡାଇ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରାଉତଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ସୁକାନ୍ତ କୁମାର ବେହେରା ଅତିଥି ପରିଚୟ, ଶିକ୍ଷକ ଅମର କୁମାର ସ୍ୱାଇଁ ମାନପତ୍ର ପଠନ ଓ ଶିକ୍ଷୟିତ୍ରୀ ମହାମାୟା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ମଲ୍ଲିକ, ଅନୁସୂୟା ଜେନା, ପ୍ରଫୁଲ୍ଲ କୁମାର ରାଉତ, ଚିନ୍ତାମଣି ଘଡାଇ, ଭବନୀ ଶଙ୍କର ବିଶ୍ୱାଳ, ଜ୍ୟୋତି କିଙ୍କର ରାଉତ, ଅନନ୍ତ ନାରାୟଣ ଦାଶ, ଶମ୍ଭୁନାଥ ପୁହାଣ, ହରିହର ପାଣିଗ୍ରାହୀ, ଲମ୍ବୋଦର ପରିଡା, ବିଶ୍ୱନାଥ ବିଶ୍ୱାଳ, ଲିଟୁ ରାଉତ, କୈଳାଶ ରାଉତ, ଗଦାଧର ପରିଡା, ରବିନ୍ଦ୍ର ଘଡାଇ, ପ୍ରମୋଦ କୁମାର ରାଉତ, ଗୋଲକ ଚନ୍ଦ୍ର ଘଡାଇ, ରଘୁନାଥ ବିଶ୍ୱାଳଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭ୍ୟସଭ୍ୟା, ଅଭିଭାବକ ଏବଂ ଗ୍ରାମବାସୀମାନେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


