ପୋଖରୀ ପଙ୍କୋଧାରକୁ ନେଇ ବିବାଦ, ସ୍ପଷ୍ଟୀକରଣ ରଖିଲେ ସରପଞ୍ଚ

ହାଟଡିହି (ଓ୍ବାଇଏନଏସ): ବଞ୍ଚୋ ପଞ୍ଚାୟତର ଚିନରା ପୋଖରୀ ପଙ୍କୋଧାର କାମ ଚାଲିଥିବା ବେଳେ କିଛି ବ୍ୟକ୍ତି ଏହାକୁ ବିରୋଧ କରିଛନ୍ତି। ସାମାଜିକ ଗଣ ମାଧ୍ୟମରେ ଏହାର ଅପ ପ୍ରଚାର କରାଯାଉଥିବା ନେଇ ସରପଞ୍ଚ କହିଛନ୍ତି। ସରପଞ୍ଚ ପ୍ରଶାନ୍ତ ରାଉତ ଙ୍କ କହିବା ଅନୁଯାଇ ଏହି ପୋଖରୀଟି ବଞ୍ଚ ପଞ୍ଚାୟତର ଏକ ମାତ୍ର ଆୟକାରୀ  ପୋଖରୀ। ଏହାକୁ ୨ବର୍ଷ ତଳେ ନିଲାମ ଦିଆ ଯାଇଥିଲା। ଗ୍ରାମର ରତ୍ନାକର ଓଝା ଏହାକୁ ନିଲାମ ନେଇଥିବା ବେଳେ ପଦ୍ମନାଡରେ ପୋଖରୀଟି ଭର୍ତ୍ତି ହୋଇ ଯିବାରୁ ମାଛ ଚାଷ କରି ପାରିଲେ ନାହିଁ। ତେଣୁ ସେ ପଞ୍ଚାୟତରେ ଜଣାଇବା ପରେ ସରପଞ୍ଚ ଙ୍କ ନିର୍ଦେଶରେ ନିଜସ୍ୱ ଉଦ୍ୟମରେ ପଙ୍କଉଦ୍ଧାର କରାଯାଉଛି। ଏଥିପାଇଁ କୌଣସି ସରକାରୀ ଅନୁଦାନ ଖର୍ଚ୍ଚ ହେଉ ନଥିବା ବେଳେ ଲିଜଧାରୀ ମାଛ ଚାଷ ପାଇଁ ନିଜସ୍ୱ ଉଦ୍ୟମରେ ପୋଖରୀରୁ ପଦ୍ମ ନାଡ଼ ଓ କିଛି ପଙ୍କ ଉଦ୍ଧାର କରୁଥିବା ବେଳେ ଚାଷୀମାନେ ମାଟିକୁ ନେଇ ନିଜ ବିଲରେ ପକାଉଛନ୍ତି। କିନ୍ତୁ କିଛି ଲୋକ ଏହାକୁ ବିରୋଧ କରି ସୋସିଆଲ ମିଡିଆରେ ଅପପ୍ରଚାର ଚଳାଇଛନ୍ତି। ସେହିପରି ଲିଜଧାରୀ ରତ୍ନାକର ଓଝା କହିଛନ୍ତି ଯେ ପଙ୍କ ଉଦ୍ଧାର ନକଲେ ମାଛ ଚାଷ କରି ହେଲାନି। ତେଣୁ ବାଧ୍ୟ ହୋଇ ପଙ୍କ ଉଠାଉଛୁ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ