ଉତ୍କଳ ସାମ୍ବାଦିକ ସଂଘର ବ୍ଲକସ୍ତରୀୟ ବୈଠକ
ଧାମନଗର(ଓ୍ବାଇଏନଏସ): ଧାମନଗର ଉତ୍କଳ ସାମ୍ବାଦିକ ସଂଘ ଧାମନଗର ବ୍ଲକ ତରଫରୁ ବ୍ଲକସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରବିବାର ସନ୍ଧ୍ୟାରେ ବ୍ଲକ ସଭାପତି ସୁଶାନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଏହି ବୈଠକରେ ଜିଲ୍ଲା ସଭାପତି ରବିନାରାୟଣ ଖିଲାର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅପୂର୍ବ ରଞ୍ଜନ ବେହେରା,ସାମ୍ବାଦିକ ପ୍ରଦୀପ ମହାପାତ୍ର,ଦୀପ୍ତି ରଞ୍ଜନ ନାୟକ,ସେକ ଜାଫର ଅଲ୍ଲୀ, ବିବେକାନନ୍ଦ ପଣ୍ଡା,ଦୁର୍ଗାପ୍ରସାଦ ମହାପାତ୍ର,ଦୀନକୃଷ୍ଣ ମହାପାତ୍ର,ସିଦ୍ଧାର୍ଥ ଶଙ୍କର ମିଶ୍ର,ଦେବାଶିଷ ରଥ,ସନ୍ତୋଷ କୁମାର ସାହୁ,ସନ୍ତୋଷ ଦାସ ପ୍ରମୁଖ ଯୋଗ ଦେଇ ଜୁନ ମାସରେ ଉତ୍କଳ ସାମ୍ବାଦିକ ସଂଘର ଭଦ୍ରକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କିପରି ବ୍ୟାପକ କରାଯିବ ସେନେଇ ପ୍ରସ୍ତୁତି ସହିତ ଆଲୋଚନା କରାଯାଇଥିଲା। ଉତ୍କଳ ସାମ୍ବାଦିକ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ ଦୁର୍ବଳ। ଆମ ଦେଶର ଅଧିକାଂଶ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଅଧିସ୍ବୀକୃତି ଦିଆଯାଉଥିବା ବେଳେ ଆମ ରାଜ୍ୟରେ ଏ ସଂଖ୍ୟା ମାତ୍ର ୨୦୦ରେ ସୀମିତ। ଉତ୍ତରପ୍ରଦେଶ, ବିହାର,ହରିୟଣା, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା ଓ ଅରୁଣାଚଳ ପ୍ରଦେଶ ସମେତ ଦେଶରେ ୨୦ ରୁ ଅଧିକ ରାଜ୍ୟରେ ୧୦,୦୦୦ ରୁ ୨୫,୦୦୦ ପର୍ଯ୍ୟନ୍ତ ପେନସନ୍,ରିହାତି ମୂଲ୍ୟରେ ପରିବହନ ସୁବିଧା,ସାମାଜିକ ସୁରକ୍ଷା ଆଇନ ମାଧ୍ୟମରେ ବୃତ୍ତିଗତ ଆୟଭତ୍ତା ଭଳି ନାନାଦି ଆର୍ଥିକ ଓ ସାମାଜିକ ସୁବିଧା ପ୍ରଦାନ କରୁଛନ୍ତି। ମାତ୍ର ଓଡ଼ିଶା ସରକାର ପକ୍ଷରୁ କିଛି ସୀମିତ ଯୋଜନା ବ୍ୟତୀତ ଆବଶ୍ୟକୀୟ ମୌଳିକ ସୁବିଧାରୁ ସାମ୍ବାଦିକ ବର୍ଗଙ୍କୁ ବଞ୍ଚିତ କରାଯାଇଛି ଏବଂ ରାଜ୍ୟ ସରକାର ସାମ୍ବାଦିକଙ୍କ ଦାବି ପ୍ରତି ଆବଶ୍ୟକ ସମ୍ବେଦନଶୀଳ ତା ପ୍ରଦର୍ଶନ କରୁନାହାଁନ୍ତି। ଏହି ସନ୍ଦର୍ଭରେ ପୂର୍ବ ସରକାର ସମୟରେ “ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ନିରନ୍ତର ଧାରଣା, ପ୍ରତିବାଦ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେଣୁ ମାନ୍ୟବର ସରକାରଙ୍କୁ ସ୍ମରଣ କରିବାକୁ ଚାହୁଁଛୁ ଅଛୁକି, ୨୦୨୪ ମସିହା ଫେବୃଆରୀ ମାସରେ ବିଧାନସଭା ସମ୍ମୁଖରେ ସରକାରଙ୍କ ବିରୋଧରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଇତ୍ୟବସରରେ ବିରୋଧି ଦଳର ମୂଖ୍ୟ ଛାମୁଆ ନେତା ଭାବେ ଅନ୍ୟ ପାଞ୍ଚଜଣ ସହଯୋଗୀ ବିଧାୟକଙ୍କ ସହ ବିକ୍ଷୋଭ ସ୍ଥଳରେ ପହଞ୍ଚି ସମବେତ ୩ ହଜାର ରୁ ଉର୍ଦ୍ଧ୍ବ ସାମ୍ବାଦିକ ଙ୍କୁ ଉଦବୋଧନ ମାଧ୍ୟମରେ ଆଶ୍ଵାସନା ଦେଇଥିଲେ ଯେ- ସରକାର କୁ ଆସିଲେ ମାତ୍ର ୬ ମାସ ମଧ୍ୟରେ ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡ଼ିକୁ ପୂରଣ କରାଯିବ କିନ୍ତୁ ଆପଣଙ୍କ ସରକାର ଆସିବା ପରେ, ବିଶେଷ କରି ମୂଖ୍ୟମନ୍ତ୍ରୀ ଭାବେ ଗାଦୀସ୍ଵୀନ ହେବା ପରେ ସାମ୍ବାଦିକ ଙ୍କ ମୌଳିକ ଦାବି ପୂରଣ ନେଇ ଆମ୍ଭ ସାମ୍ବାଦିକ ମାନଙ୍କ ମନରେ ବିପୁଳ ଆଶା ସଞ୍ଚାର ହୋଇଥିଲା କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଆପଣଙ୍କ ସରକାର ପ୍ରାୟ ୨ ବର୍ଷ ପୂର୍ଣ୍ଣ ହେବାକୁ ଯାଉଥିବାବେଳେ ସାମ୍ବାଦିକ ମାନଙ୍କ ମୂଖ୍ୟ ଦାବି ଗୁଡ଼ିକ ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ବିଗତ ବିଧାନସଭା ରେ ସରକାର ଙ୍କ ନିରାଶ ସୂଚକ ଉତ୍ତର ସାମ୍ବାଦିକ ଙ୍କ ମଧ୍ୟରେ ଘୋର ନୈରାଶ୍ୟତା ସୃଷ୍ଟି କରିଛି। ତେଣୁ ଏହି ପରିପ୍ରେକ୍ଷୀରେ “ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ଅଧିସ୍ବୀକୃତି କମିଟି ପୁନର୍ଗଠନ ସହିତ ପ୍ରଚଳିତ ଆଇନରେ ସଂଶୋଧନ ପୂର୍ବକ ଜିଲ୍ଲା ଓ ରାଜ୍ୟ ସ୍ତରରେ ସାମ୍ବାଦିକ ମାନଙ୍କୁ ବ୍ୟାପକ ଭାବରେ ମାନ୍ୟତା ପ୍ରଦାନ କରାଯାଉ,କ୍ରମାଗତ ଭାବେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ,୬୦ ବର୍ଷରୁ ଅଧିକ ସାମ୍ବାଦିକଙ୍କ ପାଇଁ ଅନ୍ୟୁନ ୧୫ ହଜାର ଟଙ୍କାର ପେନସନ୍ ବ୍ୟବସ୍ଥା କରାଯାଉ,ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନା ପରିଧିରେ ଅବସରପ୍ରାପ୍ତ ସାମ୍ବାଦିକ ହୀତାଧିକାରୀଙ୍କ ମାତା,ପିତା ଓ ୨୫ ବର୍ଷରୁ ଉର୍ଦ୍ଧ୍ଵ ସନ୍ତାନ ମାନଙ୍କୁ ସାମିଲ କରାଯାଉ ବୋଲି ସଂଘ ପକ୍ଷରୁ ଏହି ବୈଠକରେ ଦାବି କରାଯାଇଛି।ଶେଷରେ ସାମ୍ବାଦିକ ସେକ ଜାଫର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ।


