ପ୍ରତିଭା ପୂଜା ସଂସଦ ପକ୍ଷରୁ ଗ୍ଲୁକୋଜ ପାଣି ବଣ୍ଟନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଆଜି ଶ୍ୟାମଗୁଡିଆସ୍ଥିତ ନୂଆ ଡାକ୍ତରଖାନା ସନ୍ନିକଟରେ ଥଣ୍ଡା ଗ୍ଲୁକୋଜ ପାଣି ବଣ୍ଟନ କରାଯାଇଛି। ପ୍ରବଳ ରୈାଦ୍ରତାପକୁ ଆଖି ଆଗରେ ରଖି ବଡହାଟସ୍ଥିତ ଡ. ଦେବେନ୍ଦ୍ର କୁମାର ଦାସଙ୍କ ସହଧର୍ମୀଣୀ ସମାଜସେବୀ ସ୍ୱର୍ଗତା କାଥରିନୀ ଦାସଙ୍କ ସ୍ମୃତିରେ ଏହି ଥଣ୍ଡା ଗ୍ଲୁକୋଜ ପାଣି ରୋଗୀ, ରୋଗୀଙ୍କ ସାହାଯ୍ୟକାରୀ ଓ ପଥଚାରୀମାନଙ୍କୁ ବଣ୍ଟନ କରାଯାଇଥିଲା। ଏହି ସେବା କାର୍ଯ୍ୟକୁ ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀକାନ୍ତ ପାତ୍ର ଉଦଘାଟନ କରିଥିଲେ। ପ୍ରାୟ ୧ହଜାର ପାଞ୍ଚଶହ ବ୍ୟକ୍ତି ଏହି ଥଣ୍ଡାପାନୀୟ ଗ୍ରହଣ କରି ସନ୍ତୋଷ ପ୍ରକାଶ କରିଥିଲେ। ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଗୋଲଖ ପଢିଆରୀ, ଭାଗିରଥି ଜେନା, ରାଜେନ୍ଦ୍ର ମହାପାତ୍ର, ଦେବେନ୍ଦ୍ର ଦାସ, ପ୍ରତିମା ପ୍ରଧାନ, ମୁକ୍ତାର ଖାଁ, ମମତା ମାହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।


