ଉତ୍କଳ ସାମ୍ବାଦିକ ସଂଘର ବ୍ଲକସ୍ତରୀୟ କାର୍ଯ୍ୟକାରିଣୀ ବୈଠକ
ଧାମନଗର (ଓ୍ବାଇଏନଏସ): ଉତ୍କଳ ସାମ୍ବାଦିକ ସଂଘ ଧାମନଗର ତରଫରୁ ବ୍ଲକସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି। ରବିବାର ସନ୍ଧ୍ୟାରେ ଧାମନଗର ଜଳସେଚନ ଡାକ ବଙ୍ଗଳା ପରିସରରେ ବ୍ଲକ ସଭାପତି ସୁଶାନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ସମ୍ପାଦକ ବିବେକାନନ୍ଦ ପଣ୍ଡା ବାର୍ଷିକ ବିବରଣୀ ପାଠ ପ୍ରଦାନ କରିଥିଲେ। ଏହି ବୈଠକରେ ଜିଲ୍ଲା ସଭାପତି ରବିନାରାୟଣ ଖିଲାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅପୂର୍ବ ରଞ୍ଜନ ବେହେରା, ସାମ୍ବାଦିକ ପ୍ରଦୀପ ମହାପାତ୍ର,ଦୀପ୍ତି ରଞ୍ଜନ ନାୟକ,ସେକ ଜାଫର ଅଲ୍ଲୀ,ଦୁର୍ଗାପ୍ରସାଦ ମହାପାତ୍ର,ଦୀନକୃଷ୍ଣ ମହାପାତ୍ର, ସିଦ୍ଧାର୍ଥ ଶଙ୍କର ମିଶ୍ର,ଦେବାଶିଷ ରଥ,ସନ୍ତୋଷ କୁମାର ସାହୁ,ସନ୍ତୋଷ ଦାସ ପ୍ରଦ୍ୟୁମ୍ନ ନାୟକ,ମାନସ ପରିଡା,ପ୍ରକାଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଉତ୍କଳ ସାମ୍ବାଦିକ ରାଜ୍ୟର ସର୍ଵ ପୁରାତନ ସଂଘ ହୋଇଥିବାରୁ ଏହାର ନେତୃତ୍ଵ ନେଉଥବା ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ କାର୍ଯ୍ୟକୁ ପ୍ରଥମେ ସ୍ୱାଗତ କରାଯାଇଥିଲା। ପରେ ଜୁନ ମାସ ଦିତୀୟ ସପ୍ତାହରେ ଭଦ୍ରକ ଠାରେ ହେବାକୁ ଥିବା ସଂଘର ରାଜ୍ୟ ସମ୍ମିଳନୀ କେମିତି ସଫଳ ସହ ବ୍ୟାପକ ହେବ ସେଦିଗରେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଶେଷରେ ସଦସ୍ୟ ସେକ୍ ଜାଫର ଅଲ୍ଲୀ ଧନ୍ୟବାଦ୍ ଅର୍ପଣ କରିଥିଲେ।(ଫଟୋ)


