ବଉଳା ଖଣି ପ୍ରଭାବିତ ଅଞ୍ଚଳରେ ଜରାଶ୍ରମ କେନ୍ଦ୍ର ଉଦ୍‌ଘାଟିତ

ହାଟଡିହି (ଓ୍ବାଇଏନଏସ): ହାଟଡିହି  ବୃକ ଅନ୍ତର୍ଗତ ବଉଳା  ଓ ବାଙ୍ଗାର ଓ.ଏମ୍.ସି ଖଣି ପ୍ରଭାବିତ ଅଞ୍ଚଳରେ ସ୍ବେଛାସେବୀ ସଂଗଠନ ଗ୍ରୀନ ଓଡିଶା ତରଫରୁ  ସମାଜସେବୀ ବିଶ୍ବରଞ୍ଜନ ବେହେରାଙ୍କ  ସଂଯୋଜନାରେ ପଢ଼ିଆରିପଲ୍ଲୀ ପଞ୍ଚାୟତର କାହାଳିଆଗଢିଆ ଠାରେ ଜରାଶ୍ରମ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଶୁଭଦ୍‌ଘାଟନ ଉତ୍ସବରେ  ମୁଖ୍ୟଅତିଥି ଭାବେ ପୂର୍ବନେ ହାଟଡିହି ବ୍ଳକ ଶିକ୍ଷା ଅଧିକାରୀ ସୁରଥ କୁମାର୍ ସୀହୁ, ଜରାଶ୍ରମକୁ ଉଦଘାଟନ କରି ମାନବ ସେବା ହିଁ ମାଧବ ସେବା ବୋଲି ବର୍ଣ୍ଣନା କରିବା ସହିତ ପୂଜ୍ୟ ପୂଜା ମାନଙ୍କୁ ଶେଷ ଅବସ୍ଥାରେ ଆମେ ସମସ୍ତେ ମାନବିକତା ଦୃଷ୍ଟି କୋଣରୁ ସହଯୋଗ କଲେ ସେମାନଙ୍କ ଶେଷ ଜୀବନ ସୁଖମୟ ହେବା ସହିତ ସଂଗଠନ ର ଏଭଳି ଉଦ୍ୟମ କୁ ପ୍ରଶଂସା କରିଥିଲେ।  ପରିବାର ସେବାରୁ ବଞ୍ଚିତ, ପୁତ୍ର ବଧୂଙ୍ଗ ଦ୍ବାରା ନିର୍ଯ୍ୟାତିତ, ଗୃହଶୂନ୍ୟ ହୋଇ ଅସହାୟ ଅବସ୍ଥାରେ ଭିକ୍ଷାବୃତ୍ତି କରି ଘୂରି ବୁଲୁଥିବ। ଶ୍ରମିକ ଶ୍ରେଣୀର ବୃଦ୍ଧ ବୃଦ୍ଧା ମାନଙ୍କୁ ହଦଗଡ଼, କେ ବାଲିପାଳ,  ଧନୁର୍ଜୟପୁର , ବାଙ୍ଗୋର, ପଢିଆରିପଲ୍ଲୀ ପଞ୍ଚାୟତ ମାନଙ୍କରୁ ଚିହ୍ନଟି କରି ଜରାଶ୍ରମ କେନ୍ଦ୍ରରେ ରଖିବା ପାଇଁ ନିଷ୍ପତି ନିଆ ଯାଇଛି।  ବର୍ତ୍ତମାନ ସୁଦ୍ଧା ଆଠଜଣ ବୃଦ୍ଧ ବୃଦ୍ଧା ଙ୍କୁ ରଖାଯାଇ ଖାଦ୍ୟ, ବସ୍ତ୍ର, ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇ ଥୁବା ବେଳେ ଆଗାମି ଦିନରେ ଏକଶତ ପର୍ଯ୍ୟନ୍ତ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତି ନିଆ ଯାଇଛି। ଗ୍ରାମର ଓ୍ବାର୍ଡ ସଭ୍ୟା ରୁନିଲତା ବେହେରା,  ଅଙ୍ଗନବାଡ଼ି କର୍ମୀ  ସରୋଜୁ ବାଳା ପାଢ଼ୀ,  ସେଚ୍ଛାସେବୀ ଦାମୋଦର ବେହେରା, ପୀତବାସ ସାହୁ,  ମହେନ୍ଦ୍ର  ବେହେରା, ଭିଜାରୀ ଚରଣ ବେହେରାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।  ସଂଗଠନ ସଂପାଦକ ଶ୍ରୀ ରାଜେନ୍ଦ୍ର କୁମାର ବେହେରା  ଧନ୍ୟବାଦ  ଅର୍ପଣ କରିଥିଲେ । ଖଣି ପ୍ରଭାବିତ ଅଞ୍ଚଳରେ ଏଭଳି ମହତ କାର୍ଯ୍ଯକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୌମିନାଥ ଦାସ, ଜିଲ୍ଲା ପରିଷଦ ସଭ୍ୟା କୌଷଲ୍ୟା ସେଠୀ, ସମାଜ ସେବୀ ରାଜେନ୍ଦ୍ର ପାତ୍ର ପ୍ରମୁଖ ଉଚ୍ଚ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ