କଟକ ଅଗ୍ନିକାଣ୍ଡ ଘଟଣା: ସ୍ଥିତି ପରଖିଲେ ମେୟର
କଟକ, (ଓ୍ବାଇଏନଏସ): ପ୍ରେସ୍ ଛକରେ ଥିବା ମାଛ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ସାଢ଼େ ୭ ଘଣ୍ଟା ପରେ ବି ନିଆଁ ଆୟତ୍ତକୁ ଆସି ନାହିଁ । ତେବେ ଘଟଣାସ୍ଥଳନରେ ପହଞ୍ଚି ସ୍ଥିତି ପରଖିଛନ୍ତି କଟକ ମେୟର ସୁବାଷ ସିଂହ ଏବଂ ବରିଷ୍ଠ ରାଜନେତା ପ୍ରଭାତ ବିଶ୍ବାଳ । ତେବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର । ସେ କହିଛନ୍ତି କି, ପାଖରେ ଥିବା ଜରାଜୀର୍ଣ୍ଣ ବିଲ୍ଡିଂ ପାଇଁ ସରକାର ସ୍ବତନ୍ତ୍ର ବ୍ୟବବରାଦ କଲେ ଏହାକୁ ଭଙ୍ଗାଯିବ । ପ୍ରଶାସନ କଠୋର ହେବା ସହ ସହରରେ ଥିବା ଏଭଳି ଜରାଜୀଣ୍ଣ୍ଣ ବିଲ୍ଡିଂକୁ ଚିହ୍ନଟ କରି ଭାଙ୍ଗିବା ଜରୁରୀ । ହଜାରେ ବର୍ଷର ସହର ଅର୍ଥାତ ନିଆଁ ଲାଗିବାର ସାଢ଼େ ୭ ଘଣ୍ଟା ପରେ ବି ଆୟତ୍ତକୁ ନଆସିବା ଦୁଃଖର ବିଷୟ । ସରକାର କଠୋର ହେଲେ ପ୍ରକିୟା ଆଗେଇବ ବୋଲି କହିଛନ୍ତି ମେୟର । ସେପଟେ ଏଭଳି ଜରାଜୀର୍ଣ୍ଣ ବିଲ୍ଡଂ ରହିଥିବାବେଳେ କାହିଁକି ଏହା ଉପରେ ନଜର ପଡ଼ୁନାହିଁ ନାହିଁ ବୋଲି ପ୍ରଶ୍ନ କରାଯାଇଥିବା ବେଳେ ଉତ୍ତର ରଖିଛନ୍ତି ବରିଷ୍ଠ ରାଜନେତା ପ୍ରଭାତ ବିଶ୍ବାଳ । ସେ କହିଛନ୍ତି କି, ପୂର୍ବରୁ ଏନେଇ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି । କିନ୍ତୁ ଏହା ଏକ ଅଘଟଣ । ପୁରୁଣା ବିଲ୍ଡି ହୋଇଥିବାରୁ ସର୍ଟ ସର୍କିଟିରୁ ଅଗ୍ନିକାଣ୍ଡ ଘଟିଛି । ଏହା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ହେବା ଜରୁରୀ ।ଭବିଷ୍ୟତରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି କହିଛନ୍ତି ପ୍ରଭାତ । ନିଆଁ ଲାଗିଥିବା ବିଲ୍ଡିଂରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ରହିଥିବାବେଳେ ଏଥିରେ ମଧ୍ୟ ଫାୟାର ସେଫ୍ଟି ନଥିଲା । ଯାହାକୁ ନେଇ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସେ କହିଛନ୍ତି କି, ବ୍ୟାଙ୍କରେ ଗୋଟିଏ ପାୟାର ଏଗଜିଟ୍ ରହିଛି । ବ୍ୟାଙ୍କରେ ଥିବା ଫର୍ଣ୍ଣିଚର ନଷ୍ଟ ହୋଇଥିବାବେଳେ ମୁଖ୍ୟ ସାମଗ୍ରୀ ସୁରକ୍ଷିତ ଥାଇପାରେ ବୋଲି ସୂଚନା ଦେଇଛନ୍ତି । ବ୍ୟାଙ୍କରେ ସବୁ ସୁରକ୍ଷିତ ରହିଛି । ପାଖ ବିଲ୍ଡିରେ ନିଆଁ ଲାଗିଛି ୨୫ ବର୍ଷ ହେବ ବ୍ୟାଙ୍କ ଚାଲିଥିବାବେଳେ ଆମର ସମସ୍ତ ସାମଗ୍ରୀ ପ୍ରୟା ସୁରକ୍ଷିତ ରହିଛି । କହି ରଖୁଛୁ କି, କଟକର ଛକରେ ଥିବା ମାଛ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ସାଢ଼େ ୭ ଘଣ୍ଟା ପରେ ବି ନିଆଁ ଆୟତ୍ତକୁ ଆସି ନାହିଁ । ନିଆଁରେ ପୋଡି ପୂରା ମାଛ ମାର୍କେଟ୍ ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡରେ ୫୦ ଲକ୍ଷରୁ ଅଧିକ ଟଙ୍କା ସମ୍ପତ୍ତି ପୋଡି ଯାଇଥିବା ଅନୁମାନ କରାଯାଉଛି। ସେହିଭଳି ମାଛ ମାର୍କେଟ୍ ଉପରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ମଧ୍ୟ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ଟିମ୍ ଉଦ୍ୟମ କରୁଛି। ଭୁବନେଶ୍ବରରୁ ଏକ ରୋବଟି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି ।


