ରେମୁଣା ବିଜେପିର ବିଏଲ୍‌ଏ-୨ ପ୍ରଶିକ୍ଷଣ ଶିବିର

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ଵର ନୂଆସାହି ଛକ ନିକଟସ୍ଥ ମାହେଶ୍ୱରୀ ଭବନରେ ରେମୁଣା ବିଜେପିର BLA-2 ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଅଛି। ରେମୁଣା ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ନନ୍ଦ, ଜିଲ୍ଲା ସୋସିଆଲ ମିଡ଼ିଆ କର୍ଡିନେଟର ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସମ୍ପାଦିକା ରଵିତା ଦାସ, ରେମୁଣା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଚିତ୍ତରଞ୍ଜନ ପଣ୍ଡା, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ଗିରିଧାରୀ ଦାସ, ରେମୁଣା ବିଧାୟକଙ୍କ ସଦର ବ୍ଲକ ପ୍ରତିନିଧି ଲମ୍ବୋଦର ପ୍ରଧାନ ଏବଂ ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ମଞ୍ଚ ଉପରେ ଉପସ୍ଥିତ ଥିଲେ। ଏହି ବୈଠକରେ ରେମୁଣା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରୁ BLA-2 ଦାୟିତ୍ୱ ପାଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ପଞ୍ଚାୟତ ସଭାପତି, ମଣ୍ଡଳ ସଭାପତି ଏବଂ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ରେମୁଣା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶ୍ରୀ ପଣ୍ଡା ଉପସ୍ଥିତ BLA-2 ମାନଙ୍କୁ ତାଙ୍କ କାମ ସମ୍ବନ୍ଧରେ ବିସ୍ତୃତ ଭାବେ ବୁଝାଇବା ସହିତ SIR ସମ୍ବନ୍ଧରେ ମଧ୍ୟ କହିଥିଲେ। ଏଥି ସହିତ ଅନ୍ୟ ଅତିଥି ମାନେ ମଧ୍ୟ ନିଜ ଅଭିଭାଷଣରେ ବୁଥ୍ ସ୍ତରର ସଂଗଠନକୁ ଆହୁରି ସୁଦୃଢ଼ କରିବା, ନୂତନ ଭୋଟର ନାମ ସଂଯୋଗ, ଭୋଟର ତାଲିକାର ସତ୍ୟାପନ ଓ ତ୍ରୁଟି ସଂଶୋଧନ ଆଦି କାର୍ଯ୍ୟ ସମ୍ବନ୍ଧରେ କହିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ