ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ
ବ୍ରହ୍ମପୁର,(ସୁଦିପ କୁମାର ସାହୁ)’ଚତୁର୍ଭୁଜ ଧର୍ମଶାଳା ପରିସରରେ ଫ୍ରଣ୍ଟିଅର ମଡର୍ନ ସ୍କୁଲ ତରଫରୁ ଆୟୋଜିତ ୨୫ଦିନିଆ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ୨୦୨୬ ଉଦଯାପୀତ ହୋଇଯାଇଛି । ଦି ଫ୍ରଣ୍ଟିଅର ମଡର୍ଣ୍ଣ ସ୍କୁଲ, ଆସ୍ପାୟର ଲର୍ଣ୍ଣିଂର ସହଯୋଗରେ ଏହି ୨୫ ଦିନିଆ ଶିବିର ସଫଳତାର ସହ ଆୟୋଜନ କରାଯାଇଥିଲା। ଏହି ଶିବିର ଗ୍ରୀଷ୍ମ ଅବକାଶ ସମୟରେ ଛାତ୍ରଛାତ୍ରୀମାନଙ୍କୁ ନୂତନ ଶିକ୍ଷା ପ୍ରଦାନ ସହ, ନୂତନ କୌଶଳ ଅନ୍ୱେଷଣ କରିବା ଓ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ଅଦ୍ଭୁତ ସୁଯୋଗ ପ୍ରଦାନ କରିଥିଲା। ଏହି ଶିବିରରେ ଅନୁଭବୀ ପ୍ରଶିକ୍ଷକମାନଙ୍କ ଦ୍ୱାରା ବିଭିନ୍ନ ଶିକ୍ଷାମୂଳକ, ସୃଜନଶୀଳ, ସାଂସ୍କୃତିକ ଓ ସ୍ୱାସ୍ଥ୍ୟବର୍ଦ୍ଧକ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଡି. ଶିଳ୍ପା , ଅମିତ , ମଧୁସ୍ମିତା ଏବଂ ଏମ୍. ଜୟନ୍ତୀ ପ୍ରମୁଖ ଏଠାରେ ବିଭିନ୍ନ ଶିକ୍ଷା ଶିକ୍ଷା ପ୍ରଦାନ କରିଥିଲେ। ସୃଜନଶୀଳ ପ୍ରତିଭା ବିକାଶ ପାଇଁ ଦିଲୀପ, ସମୀର , ରବି ଓ ଗଣେଶ ସାରଙ୍କ ଦ୍ୱାରା ନୃତ୍ୟ ପ୍ରଶିକ୍ଷଣ ଆୟୋଜିତ ହୋଇଥିଲା। ଏହା ସହିତ ପ୍ରେମ ଶାସ୍ତ୍ରୀ ଜୀଙ୍କ ନେତୃତ୍ୱରେ ଭଜନ ଶିକ୍ଷା ପ୍ରଦାନ କରାଯାଇଥିଲା, ଶିବିରରେ ଏକ ବିଶେଷ ଆକର୍ଷଣ ଥିଲା ରୁକ୍ମିଣୀ ହଲରେ କୃଷ୍ଣାବତାରମ୍ ଚଳଚ୍ଚିତ୍ରର ପ୍ରଦର୍ଶନ, ଯାହାକୁ ସମସ୍ତ ଅଂଶଗ୍ରହଣକାରୀ ଆନନ୍ଦର ସହ ଉପଭୋଗ କରିଥିଲେ। ଏହି କ୍ୟାମ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ, ସେମାନଙ୍କର ଯୋଗାଯୋଗ କୌଶଳ, ସୃଜନଶୀଳତା, ଆତ୍ମବିଶ୍ୱାସ, ଶୃଙ୍ଖଳାବଦ୍ଧତା ଏବଂ ଦଳଗତ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସନ୍ଦୀପ ସରାଫ ଙ୍କ ଦକ୍ଷ ନେତୃତ୍ୱ ଏବଂ ଏକାଡେମିକ୍ ନିର୍ଦ୍ଦେଶିକା ଡ଼ଃ ପୁନମ ସରାଫଙ୍କ ଶିକ୍ଷାଗତ ମାର୍ଗଦର୍ଶନରେ ଆୟୋଜିତ ହୋଇଥିଲା। ସେମାନଙ୍କର ନିରନ୍ତର ପ୍ରୋତ୍ସାହନ ଓ ସହଯୋଗ ଏହି କାର୍ଯ୍ୟକ୍ରମର ସଫଳତାରେ ବିଶେଷ ଭୂମିକା ନିର୍ବାହ କରିଥିଲା। ଉଦ୍ ଯାପନୀ ଦିବସରେ ବରିଷ୍ଠ ଶିକ୍ଷୟତ୍ରୀ ବିଳାସିନୀ ଦାସ ଓ ସାମ୍ୱାଦିକ ସୁଦୀପ କୁମାର୍ ସାହୁ ପ୍ରମୁଖ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।ଶେଷରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ,ସଙ୍ଗୀତ ଓ ଅନ୍ୟାନ୍ୟ କାଯ୍ୟକ୍ରମ ଅୟୋଜନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା ।


