କେ ନୂଆଁଗଡରେ ସମନ୍ୱିତ ସ୍ବାସ୍ଥ୍ୟ ଶିବିର

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇବା ସହିତ ସ୍ବାସ୍ଥ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ବେଲଗୁଣ୍ଠା ବ୍ଳକ୍ କେ ନୂଆଁଗଡ଼ ଗ୍ରାମର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସମନ୍ୱିତ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ସ୍ଥାନୀୟ ସରପଞ୍ଚ ଶିବରାମ ମହାରଣା ଉଦ୍ଘାଟନ କରିଥିବା ବେଳେ ଏଥିରେ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ସବିତା ବେହେରା ଙ୍କ ନିର୍ଦ୍ଦେଶକ୍ରମେ ଏହି ସ୍ବାସ୍ଥ୍ୟ ଶିବିରରେ ପାଇଲିପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ଦନାର୍ଦ୍ଦନ ମୋହିନୀ,ସ୍ବାସ୍ଥ୍ୟ ପରିଦର୍ଶକ ଶୁଭ୍ରମନ୍ୟୁ କର,କାଉନସିଲର ଅର୍ଚ୍ଚନା କୁମାରୀ ପ୍ରଧାନ, ଟିବି ସୂପରଭାଇଜର୍ ଦୂର୍ଗା ପ୍ରସାଦ ପାତ୍ର,ଲ୍ୟାବ୍ ଟେକ୍ନିସିଆନ୍ ପ୍ରଶାନ୍ତ କୁମାର ଡାକୁଆ, ସୁମନ୍ତ କୁମାର ସ୍ବାଇଁ, ଆର୍. ଟି କଲ୍ୟାଣୀ ମିସ୍ତ୍ରୀ, ଏମ୍ ଆର୍.ଏ ବିଜୟ କୁମାର ପ୍ରଧାନ, ସିଏଚ୍ଓ ଶୁଭଶ୍ରୀ ସାହୁ,ସ୍ବାସ୍ଥ୍ୟ କର୍ମୀ ସ୍ନେହଲତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଲୋକଙ୍କୁ ସ୍ବାସ୍ଥ୍ୟ ରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ। ଏହି ଅବସରରେ ଲୋକଙ୍କର ଏଚ୍ଆଇଭି,ସିଫିଲିସ, ଟିବି,ରକ୍ତଚାପ,ରକ୍ତ ଶର୍କରା ଆଦି ରୋଗର ପରୀକ୍ଷା କରାଯିବା ସହିତ ଏକ୍ସରେ ମଧ୍ୟ ବାହାର କରାଯାଇଥିଲା। କାର୍ଯ୍ୟକ୍ରମରେ ୧୫୫ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ୧୧୦ ଜଣଙ୍କର ଏକ୍ସରେ ବାହାର କରାଯାଇଥିଲା। ଏହି ଶିବିରକୁ ସମିତି ସଭ୍ୟ କେ ରବୀନ୍ଦ୍ର କୁମାର ପାତ୍ର,ପୂର୍ବତନ ସରପଞ୍ଚ ଜୟରାମ ନାୟକ,କୃଷ୍ଣଚନ୍ଦ୍ର ସ୍ବାଇଁ,ଶ୍ରୀଧର ପ୍ରଧାନ,ଦୀନବନ୍ଧୁ ପ୍ରଧାନ,ପ୍ରକାଶ ପୋଲାଇ,ବଳରାମ ସ୍ବାଇଁ, ଆଇନଜୀବୀ ଶ୍ରୀକାନ୍ତ ଚନ୍ଦ୍ର ପଣ୍ଡା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବା ବେଳେ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ଆଶା କର୍ମୀ ମାନେ ଉପସ୍ଥିତ ରହି ଡାକ୍ତରୀ ଟିମ୍ କୁ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ