ବ୍ଳକ୍ ସ୍ତରୀୟ ଜନ ଶୁଣାଣି
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ବୋର୍ସିଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ବ୍ଳକ୍ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗିପୁରମ୍ ହରି, ତହସିଲଦାର କଳାକୃଷ୍ଣ ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳ,ବଡ଼ବୋର୍ସିଂ ସରପଞ୍ଚ ଏସ ରାମେଶ୍ବର ପାତ୍ର,ସିଡ଼ିପିଓ ନଳିନୀ ମହାରଣା,ଅତିରିକ୍ତ କୃଷି ଅଧିକାରୀ ଶୈଳସୂତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜନ ସାଧାରଣ ଙ୍କ ଅଭିଯୋଗ ଶୁଣିଥିଲେ । ଏଥିରେ ମୁଖ୍ୟତଃ ୩୨ ଜଣ ଅଭିଯୋଗ କରିଥିବା ବେଳେ ସେଥିରୁ ଭତ୍ତା ଏବଂ ରାସନ୍ କାର୍ଡ ସମ୍ବନ୍ଧୀୟ ଅଭିଯୋଗ ସଂଖ୍ୟା ଅଧିକ ଥିଲା। ଏହି ଅଭିଯୋଗ ଗୁଡିକୁ ପର୍ଯ୍ୟାୟ କ୍ରମେ ସମାଧାନ କରାଯିବ ବୋଲି ବିଡ଼ିଓ ଏବଂ ତହସିଲଦାର ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗାଙ୍ଗପୁର ପୋଲିସ୍ ବାହିନୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।


