ମାଟିଆପଡ଼ାକୁ ହରାଇ କୋଣାର୍କ ଚମ୍ପିୟାନ
କୋଣାର୍କ (ଓ୍ବାଇଏନଏସ): କୋଣାର୍କ ନିକଟସ୍ଥ ମାଟିଆପଡ଼ା ମହାବୀର ଖେଳ ପଡିଆରେ ସତ୍ୟ ମହାବୀର ୟୁଥ୍ କ୍ଳବ୍ ପକ୍ଷରୁ ଟେନିସ ବଲ କ୍ରିକେଟ୍ ଟ୍ରଫି ୨୦୨୬ ଉଦଯାପନୀ ହୋଇଯାଇଛି । ବୁଧବାର ପୂର୍ବହ୍ନରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମାଟିଆ ପଡ଼ା ସତ୍ୟ ମହାବୀର କ୍ରିକେଟ ଦଳକୁ ସମସ୍ତ ୱିକେଟରେ ହରାଇ କୋଣାର୍କ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ପ୍ରଥମେ ଟଚ୍ ଜିତି କୋଣାର୍କ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୧୧୦ ରନ୍ କରିଥିଲା । ଜବାବରେ ସତ୍ୟ ମହାବୀର କିକେଟ୍ କ୍ଳବ୍ ୯ ଓଭର ୪ଟି ବଲ୍ ଖେଳି ସମସ୍ତ୍ ୱିକେଟ୍ ହରାଇ ୭୨ ରନ୍ ସଂଗ୍ରହ କରି ଜିତିବାରେ ବିଫଳ ହୋଇଥିଲା। ଆଜିର ମ୍ୟାଚରେ କୋଣାର୍କ ଟିମ୍ ର ବୁବୁ ବ୍ୟକ୍ତିଗତ ୨ ଓଭର ବୋଲି କରି ୧୫ ରନ ବିନିମୟରେ ୪ଟି ଉଇକେଟ୍ ନେଇ ମ୍ୟାନ ଅଫ ମ୍ୟାଚ ବିବେଚିତ ହୋଇଥିବା ବେଳେ ସୋନା ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ ହୋଇଥିଲେ । ବିଜେତା ଓ ଉପ ବିଜେତା ଦଳକୁ ବିଶାଳ ଟ୍ରଫି ସହ ନଗଦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କୋଣାର୍କର ଯୁବ ସମାଜସେବୀ ମନୋଜ ନାୟକ(ମିଞ୍ଜନ) ଓ ସୁଶାନ୍ତ କୁମାର ଚିହ୍ନରା(ହାପି) ପ୍ରମୁଖ ଯୋଗ ଦେଇ କ୍ରୀଡାବିତ୍ ଓ ଦଳ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଚନ୍ଦନ କୁମାର ସ୍ଵାଇଁ ଟୁର୍ଣ୍ଣାମେଣ୍ଟର ମୂଖ୍ୟ ପରିଚାଳକ ଭାବେ ଦାୟିତ୍ଵ ନିର୍ବାହ କରିଥିବା ବେଳେ ପପୁ ଦଳେଇ , ହାପି ନାୟକ ଙ୍କ ସମେତ ସମସ୍ତ ସଭ୍ୟ ମାନେ ସହଯୋଗ କରିଥିଲେ । ଫାଇନାଲ ଖେଳ ଦେଖିବାକୁ ବିଭିନ୍ନ ମହିଳା ଗ୍ରୁପର ୨୦୦ ରୁ ଉର୍ଦ୍ଧ୍ବ ମହିଳାଙ୍କ ସମେତ ପ୍ରାୟ ୧ ହଜାର ଲୋକ ସମାଗମ ହୋଇଥିଲେ ।


