ବିଧାୟକଙ୍କ ଦ୍ବାରା ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ

ବାଲେଶ୍ବର(ସରୋଜ ପଣ୍ଡା): ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ନିର୍ବାଚନ ମଣ୍ଡଳୀର ଗଣ୍ଡର୍ଦ୍ଦା ଏବଂ ଦୁର୍ଗାଦେବୀ ପଞ୍ଚାୟତର ବିଭିନ୍ନ ଲୋକାଭମୁଖୀ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଥିଲେ। ପ୍ରଥମେ ଗଣ୍ଡର୍ଦ୍ଦା ପଞ୍ଚାୟତରେ ଅଟକଳ ମୂଲ୍ୟ ୧,୨୨,୮୨,୮୯୯ ଟଙ୍କା ବ୍ୟୟରେ ହେବାକୁ ଥିବା ପତୁକାଶାସନ ଆର.ଡି. ରାସ୍ତା ଠାରୁ କ୍ଷୀରପଦା ମୟୁରଭଞ୍ଜ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ, ଅଟକଳ ମୂଲ୍ୟ ୧୬,୩୩,୦୦୦ ଟଙ୍କା ବ୍ୟୟରେ ହେବାକୁ ଥିବା ଶଙ୍କରପୁର ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଏବଂ ଅଟକଳ ମୂଲ୍ୟ ୬ ଲକ୍ଷ ଟଙ୍କାରେ ହେବାକୁ ଥିବା ଶଙ୍କରପୁର ବାତ୍ୟା ଆଶ୍ରୟସ୍ଥଳୀର ମରାମତି ଆଦି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଥିଲେ। ଅନ୍ୟ ପକ୍ଷରେ ଦୁର୍ଗାଦେଵୀ ପଞ୍ଚାୟତରେ ଅଟକଳ ମୂଲ୍ୟ ୪,୭୨,୯୦,୮୯୨ ଟଙ୍କାରେ ହେବାକୁ ଥିବା ହରିଚନ୍ଦନପୁର ସ୍କୁଲ ଛକ ଭାୟା   ସୁତାନଟି, କୁଡ଼ିଆ ଠାରୁ ସାମନ୍ତହାତୀ ରାସ୍ତାର ଉନ୍ନତିକରଣ ଏବଂ ଅଟକଳ ମୂଲ୍ୟ ୪,୮୨,୬୮,୫୭୯ ଟଙ୍କା ବ୍ୟୟରେ ହେବାକୁ ଥିବା ଦୁର୍ଗାଦେବୀ PWD ରାସ୍ତା ଠାରୁ ବଗିଚାସାହି ରାସ୍ତା ଭାୟା ନାରଣପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭ ଶିଳାନ୍ୟାସ କରିଥିଲେ। ଏହି ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଞ୍ଚଳର ଯାତାୟାତ ବ୍ୟବସ୍ଥା ସୁଦୃଢ଼ ହେବ। ଏହି ଅବସରରେ ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ଜିଲ୍ଲା ବିଜେପିର ଯୁବମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହନ୍ତ (ମୁନା), ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ପୂର୍ବତନ ଗଣ୍ଡରଦା ସରପଞ୍ଚ ଗଜେନ୍ଦ୍ର ସେଠୀ, ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା, ଜୟନ୍ତ ମଣ୍ଡଳ, କାଳୀଚରଣ ମାଝୀ, ରଘୁନାଥ ଦଳେଇ, ଦୁର୍ଗାଦେବୀ ପଞ୍ଚାୟତର ସରପଞ୍ଚ, ଚୈତନ୍ୟ ମାଝୀ, ଜୟକୃଷ୍ଣ ମାଝୀ, ଶ୍ରୀଧର ମହାନ୍ତି, କୁଳମଣି ବାରିକ, ସୋମନାଥ ମହାନ୍ତି, ହରିଶ ମହାନ୍ତି, ଯଦୁନାଥ ଗିରି, ସୁରେନ୍ଦ୍ର ମାଝୀ, ବିଳାସିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ