ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର(ଓ୍ବାଇଏନଏସ) : ସ୍ଥାନୀୟ ଗାନ୍ଧୀ ଭବନ ଠାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସଭାର ମୁଖ୍ୟ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ ସଭାକୁ ଉଦ୍‌ଘାଟିତ କରିବା ସହ ଆଗାମୀ ଦିନରେ ସହରକୁ ଏକ ସ୍ୱଚ୍ଛ ସହର ଭାବେ ନିର୍ମାଣ କରିବା ନେଇ ଛାତ୍ରଛାତ୍ରୀଙ୍କ ଗହଣରେ ପ୍ରତିଶୃତି ଦେଇଥିଲେ । ସଭାକୁ ଅର୍ଜୁନ କୁମାର ସାହୁ ପରିଚାଳନା କରିବା ସହ ସୁସ୍ଥ ପରିବେଶ ଉପରେ କବିତା ଓ ଗୀତ ଗାଇ ଛାତ୍ରଛାତ୍ରୀଙ୍କ ମନ ମୋହିଥିଲେ । ପ୍ରଶାନ୍ତ ମହାକୁର ସଭାପତିତ୍ୱ କରିଥିବା ବେଳେ ଉପସ୍ଥିତ ସମସ୍ତ ପରିବେଶବିତ୍ ଜଙ୍ଗଲ ଧ୍ୱଂସ ହେବା, ଜଙ୍ଗଲରେ ନିଆଁ ଲାଗିବା, ରାସ୍ତାକଡର ଗଛ କାଟିବା ବିରୁଦ୍ଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ ।   ଆଗାମୀ ଦିନରେ ପରିବେଶ ଯଦି ସୁରକ୍ଷିତ ନ ରହିବ ପଶୁପକ୍ଷୀ ଧ୍ୱଂସ ପାଇଯିବେ ବୋଲି ମତ ପ୍ରକାଶ ପାଇଥିଲା । ଏହି ସଭାରେ ବରିଷ୍ଠ ଆଇନଜିବୀ ରତନ କୁମାର ମହାରଣା, ପରାଲିଗାଲ ସ୍ୱେଚ୍ଛାସେବୀ ତଥା ପରିବେଶବିତ୍ ଜୟକୃଷ୍ଣ ମିଶ୍ର, ଭବାନୀ ଶଙ୍କର ଭୋଇ, ରିଣ୍ଟୁ ସାହୁ, ଆନନ୍ଦ ମିଶ୍ର, ସଂଜୟ ସାମଲ, ଶମ୍ଭୁ ଶତପଥିଙ୍କ ସମେତ ଛାତ୍ରଛାତ୍ରୀମାନେ ପରିବେଶକୁ ସୁରକ୍ଷା ଦେବା ପାଇଁ ସଙ୍କଳ୍ପ ନେଇଥିଲେ । ଶେଷରେ ବିଭୁକଲ୍ୟାଣ ଗଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ