ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟର ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ
କଟକ(ଓ୍ବାଇଏନଏସ) : ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର – ୨୦୨୬) କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କମଳଜିତ ଦାସ କିଶନନଗର ଅଞ୍ଚଳ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ସହକାରୀ ପଞ୍ଜୀକରଣ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ), ସୁପରଭାଇଜର ମାନଙ୍କ ସହ ଚାଲିଥିବା ଗଣନା ଓ ଯାଞ୍ଚ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି । ପ୍ରଥମଥର ପାଇଁ ଏହି ଜନଗଣନା ଡିଜିଟିକରଣ ମାଧ୍ୟମରେ କରାଯାଉଛି ସେଥି ନିମନ୍ତେ ସତର୍କତା , ଦାୟିତ୍ଵବୋଧ , ଓ ସମୟନିଷ୍ଠତା ସହ କାର୍ଯ୍ୟ କରିବାକୁ ବିଏଲଓ ମାନଙ୍କୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି । ଘରକୁ ଘର ଯାଇ କରାଯାଉଥିବା ତଥ୍ୟ ସଂଗ୍ରହ, ମତଦାତାଙ୍କ ବିବରଣୀ ଯାଞ୍ଚ ଏବଂ ଏନୁମେରେସନ୍ ଫର୍ମ ପୂରଣ କାର୍ଯ୍ୟର ତଦାରଖ କରିଛନ୍ତି । ବୁଥ ନଂ ୧୪୯,୧୫୦,୧୫୧(୧),୧୫୨,୧୫୩,୧୫୪,


