ବିଜେଡିର ବିଶାଳ ନାରୀ ଅଧିକାର ଅଭିଯାନ ପ୍ରସ୍ତୁତି ବୈଠକ
ଆସିକା (ୱାଇଏନ୍ଏସ୍) : ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ନାରୀ ଅଧିକାର ଅଭିଯାନ ଜାରି ରହିଛି । ଏହି ଅବସରରେ ଆସନ୍ତାକାଲି ଅର୍ଥାତ୍ ରବିବାର ଦିନ ଆସିକା ବ୍ଳକର ଗହଙ୍ଗୁ ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବିଶାଳ ନାରୀ ଅଧିକାର ଅଭିଯାନ ଏବଂ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଦାବୀ ଓ ବଢୁଥିବା ନାରୀ ନିର୍ଯ୍ୟାତନା ପ୍ରତିବାଦ କାର୍ଯ୍ୟକ୍ରମକୁ ସଫଳତା ସହ ପାଳନ କରିବା ଲାଗି ଶନିବାର ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ପରାମର୍ଶକ୍ରମେ ନାରୀ ଅଧିକାର ଅଭିଯାନକୁ ସଫଳ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକକୁ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରା ସଂଯୋଜନା କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ତଥା ଆଇନଜୀବୀ ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ବରିଷ୍ଠ ବିଜେଡି ନେତା ଅନିଲ୍ କୁମାର ନାୟକ, ଆସିକା ପୌର ପରିଷଦର ପୂର୍ବତନ କାଉନସିଲର ତଥା ବିଜେଡି ନେତ୍ରୀ ଏମ୍.ରଶ୍ମିତା ସେନାପତି, ସରପଞ୍ଚ ଜୟନ୍ତୀ ବେହେରା, ବରିଷ୍ଠ ବିଜେଡି ନେତା ସନ୍ତୋଷ କୁମାର ନାୟକ, ଅମୂଲ୍ୟ କୁମାର ଉପାଧ୍ୟାୟ, କାମରାଜୁ ଭୋଳ ପ୍ରମୁଖ ଯୋଗଦେଇ ରାଜ୍ୟରେ କେତେକ ଅଞ୍ଚଳରେ ମହିଳାମାନଙ୍କ ଉପରେ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା ବେଳେ ଏହାକୁ ରୋକିବାରେ ରାଜ୍ୟ ସରକାର ସଂପୁର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରି କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ନାଁରେ ଦେଶବାସୀଙ୍କୁ ଭୂୟାଁ ବୁଲାଇ ଚାଲିଛନ୍ତି ବୋଲି କ୍ଷୋଭର ସହ ପ୍ରକାଶ କରିଥିଲେ । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଗହଙ୍ଗୁ ଗ୍ରାମରେ ହେବାକୁ ଥିବା ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମରେ ଯେପରି ଅଧିକରୁ ଅଧିକ ସଂଖ୍ୟକ ମହିଳା, ନାରୀ ଓ ଦଳୀୟ ନେତା ଯୋଗଦେଇପାରିବେ ସେ ସଂକ୍ରାନ୍ତରେ ରୂପରେଖ ପ୍ରସ୍ତୁତ କରାଯିବା ସାଙ୍ଗକୁ ଗହଙ୍ଗୁ ଗ୍ରାମର ପାତାଳେଶ୍ୱର ଶୈବପୀଠ ନିକଟରୁ ଏହି ଅବସରରେ ଏକ ବିରାଟ ର୍ୟାଲି ବାହାରି ଗ୍ରାମ୍ୟ ପରିକ୍ରମା କରି ଗ୍ରାମର ମା ମଙ୍ଗଳା ମନ୍ଦିର ନିକଟରେ ସମାବେଶ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି । ବିଜୁ ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ମନୋଜ ପରିଡା, ରଂଜନ କୁମାର ବିଷୋୟୀ, ମାନସ ରଂଜନ ଗୌଡ, ସୂର୍ଯ୍ୟ ପ୍ରଧାନ, ସନ୍ତୋଷ କୁମାର ମହାନ୍ତି, ଟୁକୁନା ନାହାକ, ରାଜେନ୍ଦ୍ର ବେହେରା, ମନୋଜ ପୋଲାଇ, ରାଘବ କୁମାର ନାହାକ, ଶିବରାମ ପାଣିଗ୍ରାହୀ, ଜୟସେନ ସ୍ୱାଇଁ, କୈଳାଶ ଚନ୍ଦ୍ର ପ୍ରଧାନ, ଶିବପ୍ରସାଦ ଶତପଥୀ, ବିନୋଦ ପାତ୍ର, ନରେଶ୍ ଚନ୍ଦ୍ର ବିଷୋୟୀ, ଅମିତ୍ ନାହାକ, ମୁନା ବାରିକ, ତ୍ରିନାଥ ବେହେରା, ବାବୁରାମ ନାୟକ, ଟୁଟୁ ବିଷୋୟୀ, ନୀଳମାଧବ ସ୍ୱାଇଁ, ବିଦ୍ୟାଧର ବିଷୋୟୀ, ପାଣ ମଲିକ, ରବିନ୍ଦ୍ରନାଥ ସାହୁ, ଜିତେନ୍ଦ୍ର କୁମାର ମହାରଣା, ସାଇରାଜ ଦଳେଇ, ବାପିନା ଜେନା, ସନ୍ତୋଷ ନାହାକ, ସାଇ ପାତ୍ର, ନିଳାଞ୍ଚଳ ମହାରଣା, ସନାତନ ବିଶ୍ୱାଳ, ଆକାଶ ସ୍ୱାଇଁ, ପ୍ରଣବ କୁମାର ପାଢୀଙ୍କ ସମେତ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ବହୁ ଦଳୀୟ ନେତା, କର୍ମୀ, ବିଜୁପ୍ରେମୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


