ଶ୍ରୀଶ୍ରୀ ତ୍ରିବିଧେଶ୍ୱର ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି

ଆସିକା (ୱାଇଏନ୍‍ଏସ୍‍): ପବିତ୍ର ଋଷିକୁଲ୍ୟା ନଦୀ ତଟରେ ଆସିକା ପୌର ପରିଷଦ ଅଧିନସ୍ଥ ୫ନମ୍ବର ୱାର୍ଡର ବଜାରସାହିରେ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ପ୍ରଭୁ ଶ୍ରୀଶ୍ରୀ ତ୍ରିବିଧେଶ୍ୱର ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରାକୁ ମହାଆଡମ୍ବର ସହକାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆସନ୍ତା ୧୮ ତାରିଖ ଗୁରବାର ଦିନ ଆସିକା ସହରର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ତ୍ରିବିଧେଶ୍ୱର ମହାଦେବଙ୍କ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ଉତ୍ସବକୁ ବିଧିବିଧାନ ଅନୁଯାୟୀ ମହାଆଡମ୍ବର ସହକାର ପାଳନ କରିବା ସକାଶେ ରୂପରେଖ ପ୍ରସ୍ତୁତ କରିବା ପାଇଁ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି। ଶ୍ରୀଶ୍ରୀ ତ୍ରିବିଧେଶ୍ୱର ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବା ଏହି ଯାତ୍ରା ପରିଚାଳନା କମିଟି ବୈଠକରେ ଆଧ୍ୟାତ୍ମିକପ୍ରେମୀ ପି.ଶୁଭମ୍‍ କୁମାର ପାତ୍ର, ଚନ୍ଦ୍ରଶେଖର ମୁନି, ସତୀଶ୍‍ ଆଚାରୀ, ଶୁଭମ୍‍ ସାହୁ, ଦୁର୍ଗାମାଧାବ ମୁନି, ଜଗବନ୍ଧୁ ମହାରଣା, ସମୀର ପ୍ରଧାନ, ରାହୁଳ ଆଚାରୀ, କେ.ସମ୍ବିତ୍‍ ଆଚାରୀ, କେ.ଶିବ ଆଚାରୀ, ସୋନୁ ପ୍ରଧାନ, ଜିତ୍‍ କୁମାର ସାହୁ, ରୁଦ୍ର ମୁନି, ଆୟୁଷ୍ମାନ୍‍ ନାୟକ, ଶ୍ରୀନିବାସ ମହାନ୍ତି, କେ.ବିଭି ଆଚାରୀ, ଅଜିତ୍‍ କୁମାର ମୁନି, ନାନୁ ମୁନି, ଚାରିଣୀ ଆଚାରୀଙ୍କ ସମେତ ବହୁ ଉତ୍ସାହୀ ଯୁବକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସିକା ପୌର ପରିଷଦ ଅଧିନସ୍ଥ ବଜାର ସାହି, ନିରଞ୍ଜନ ନଗର, ସୁବର୍ଣ୍ଣପେଟା ସାହି, ଆର୍ବନ୍ ବ୍ୟାଙ୍କ ରୋଡ୍‌, ମୁନି ସାହି, ଗୋଲା ସାହି, ରେଡିକା ସାହି, ତୋଟା ସାହି, ଓଡିଆ ସାହି, ସୁନାମ୍ବ ସାହି ତଥା ଏହାର ଆଖପାଖ ଅଞ୍ଚଳକୁ ନେଇ ଆସନ୍ତା ଶୀତଳଷଷ୍ଠୀ ଯାତ୍ରା ଉତ୍ସବକୁ ମହାଆଡମ୍ବର ସହକାରେ ଉତ୍ସାହ ଓ ଉଦ୍ଦୀପନାର ସହ ପ୍ରଭୁ ତ୍ରିବିଧେଶ୍ୱରଙ୍କ ଶୀତଳଷଷ୍ଠୀ ଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଆସନ୍ତା ୧୮ ତାରିଖ ଗୁରବାର ଠାରୁ ଆରମ୍ଭ ହେବାକୁ ଥିବା ଶୀତଳଷଷ୍ଠୀ ଯାତ୍ରାକୁ ନୀତିକାନ୍ତି ଅନୁଯାୟୀ ଶୃଙ୍ଖଳିତ ଭାବେ ସମାପ୍ତ କରିବା ପାଇଁ ଯାତ୍ରା ପରିଚାଳନା କମିଟି ସଭାପତି ଜିତେନ୍ଦ୍ର କୁମାର ମହାରଣା ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆସିକା ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ତ୍ରିବିଧେଶ୍ୱର ମହାଦେବଙ୍କ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ଉତ୍ସବ ପାଇଁ ବର୍ତ୍ତମାନ ଠାରୁ ମନ୍ଦିର ପରିବେଶ ଚଳଚଞ୍ଚଳ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ