ପ୍ରେରଣାର ଉତ୍ସ ପାଲଟିଛନ୍ତି ସୁକାନ୍ତି : ହାରିଲା କର୍କଟ, ଜିତିଲା ଆତ୍ମବିଶ୍ୱାସ

ଆସିକା (ୱାଇଏନ୍‍ଏସ୍‍) : ଦୂରାରୋଗ୍ୟ କର୍କଟ । ଯେଉଁ ରୋଗର ନାଁ ଶୁଣିଲେ ମନରେ ଛନକା ପଶିଯାଏ ଓ ଜୀବନ ବୋଝ ଭଳି ଲାଗେ । କର୍କଟ ରୋଗ (କ୍ୟାନ୍ସର) ରୋଗକୁ ଜିତିଥିବା ବ୍ୟକ୍ତିଙ୍କ ଜୀବନକୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ସାହସକୁ ସମାଜ ସମ୍ମୁଖରେ ଉପସ୍ଥାପନ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଜୁନ୍‍ ମାସ ପ୍ରଥମ ରବିବାରରେ ଜାତୀୟ କର୍କଟ ବିଜୟୀ ଦିବସ ପାଳନ କରାଯାଇଥାଏ । ଯେଉଁମାନେ ପ୍ରାଣଘାତୀ କର୍କଟର କରାଳ ପଞ୍ଝାରୁ ମୁକ୍ତି ପାରିସାରିଛନ୍ତି ସେମାନେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଓ ସକରାତ୍ମକ ଭାବନାର ଆଲୋକବର୍ତ୍ତିକା ସାଜିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିଭଳି ଜଣେ ପରୋପକାରୀ ସାହସୀ ମହିଳା ହେଉଛନ୍ତି ଆସିକା ପୌର ପରିଷଦ ଅଧିନସ୍ଥ ୧୦ ନମ୍ବର ୱାର୍ଡର ରାଜେନ୍ଦ୍ର ନଗରର ସୁକାନ୍ତି ପାଢୀ । ଗତ ପ୍ରାୟ ୩ ବର୍ଷ ପୂର୍ବରୁ ସାହସୀ ମହିଳା ସୁକାନ୍ତି ପାଢୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ବି ବର୍ତ୍ତମାନ ସେ କର୍କଟ ରୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ପୌର ପରିଷଦ ଅଧୀନସ୍ଥ ରାଜେନ୍ଦ୍ରନଗର ଅଞ୍ଚଳର ପରୋପକାରୀ ତଥା ଆଧ୍ୟାତ୍ମିକପ୍ରେମୀ ମହିଳା ସୁକାନ୍ତି ପାଢୀ ଗତ ପ୍ରାୟ ୩ ବର୍ଷ ତଳେ ହଠାତ୍‍ ଅସୁସ୍ଥ ହୋଇପଡିବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ପରିବାରବର୍ଗ ବିଚଳିତ ହୋଇ ଦୁଃଖରେ ଭାଙ୍ଗି ପଡିଥିଲେ । ତଥାପି ଜଗତର ନାଥ ଜଗନ୍ନାଥ ଓ ଆସିକାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ଉପରେ ଅତୁଟ ବିଶ୍ୱାସ ଓ ଭରସା ରଖିବା ସହ ପରିବାରବର୍ଗଙ୍କ ପୂର୍ଣ୍ଣ ସହଯୋଗରେ ସୁସ୍ଥ ହେବା ପାଇଁ ଚିକିତ୍ସା ଆରମ୍ଭ କରିଥିଲେ । ଦୃଢ ମନୋବଳ ଓ ତତ୍କାଳ ଚିକିତ୍ସା ଫଳରେ ପରୋପକାରୀ ମହିଳା ସୁକାନ୍ତି ପାଢୀ ଦୂରାରୋଗ୍ୟ କର୍କଟ ରୋଗକୁ ହରାଇ ଏବେ ସେ ପ୍ରାୟତଃ ସୁସ୍ଥ ହେବା ସାଙ୍ଗକୁ ସ୍ୱଭାବିକ ଭାବେ ଖାଦ୍ୟପେୟ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ସାହସୀ ମହିଳା ସୁକାନ୍ତି ପାଢୀ ସଂପୁର୍ଣ୍ଣ ସୁସ୍ଥ ହେବା ପାଇଁ ଏବେ ବି ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ କିଛି ମାସ ବ୍ୟବଧାନରେ ଥରେ ଗସ୍ତ କରି ସ୍ୱାସ୍ଥ୍ୟ ପରୀକ୍ଷା କରି ଫେରୁଥିବା ଜଣାପଡିଛି । ସନ୍ତୁଳିତ ଖାଦ୍ୟ ଓ ନିୟମିତ ସୁସ୍ଥ ନିଦ୍ରା ଏବଂ ପରିଶ୍ରମ ଜାରି ରହିଲେ ଏହି ରୋଗକୁ ସଂପୁର୍ଣ୍ଣ ମାତ୍ରାରେ ପ୍ରତିହତ କରାଯାଇପାରିବ ବୋଲି ସାହସୀ ମହିଳା ସୁକାନ୍ତି ପାଢୀ ସୂଚନା ଦେଇଛନ୍ତି । କର୍କଟ ରୋଗକୁ ନେଇ ଅନେକ ଲୋକଙ୍କ ମନରେ ବିଭିନ୍ନ ସମୟରେ ଭୟର ସଞ୍ଚାର ଜାଗ୍ରତ ହେଉଥିଲା ବେଳେ ନିଜର ଦୃଢ ମନୋବଳ ପାଇଁ ଏହି ରୋଗକୁ ପ୍ରତିହତ କରି ଅନ୍ୟ କର୍କଟ ରୋଗୀଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରୁଛନ୍ତି ପରୋପକାରୀ ମହିଳା ସୁକାନ୍ତି ପାଢୀ । କର୍କଟ ହେଉଛି ଏକ ଦୂରାରୋଗ୍ୟ ରୋଗ । ଯେଉଁ ନାଁ ଶୁଣିଲେ ମନରେ ଛନକା ପଶିଯାଇଥାଏ ଓ ଜୀବନ ବୋଝ ଭଳି ଲାଗେ । ସେହି ରୋଗ ସହ ହସି ହସି ଲଢି କର୍କଟକୁ ପରାସ୍ତ କରି ନୁଆଁ ଜୀବନ ପାଇଥିବା ଆସିକା ପୌର ପରିଷଦ ଅଧୀନସ୍ଥ ରାଜେନ୍ଦ୍ରନଗର ଅଞ୍ଚଳର ପରୋପକାରୀ ସାହସୀ ମହିଳା ସୁକାନ୍ତି ପାଢୀଙ୍କ ପ୍ରେରଣାଦାୟୀ ଯାତ୍ରାର ଅନୁଭୁତି ଏବେ ଅନ୍ୟ କର୍କଟ ରୋଗୀଙ୍କ ପାଇଁ ଏକ ଉଦାହରଣ ସାଜିବା ସହ ଜୀବନର ରାହା ପାଲଟିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଦୀର୍ଘ ପ୍ରାୟ ୨ ବର୍ଷ ତଳେ ପରୋପକାରୀ ଆଧ୍ୟାତ୍ମିକପ୍ରେମୀ ରାଜେନ୍ଦ୍ର ନଗର ଅଞ୍ଚଳର ମହିଳା ସୁକାନ୍ତି ପାଢୀଙ୍କ ଜୀବନ ହସଖୁସିର ବିତୁଥିଲା । ହେଲେ ଏଥିରେ ହଠାତ୍‍ ଦୁଃଖର କଳାବାଦଲ୍‍ ଢାଙ୍କି ଦେଇଥିଲା ଦୂରାରୋଗ୍ୟ କର୍କଟ । ବଞ୍ଚିବେ କି ମରିବେ ଜଣାନଥିଲା । ଗୋଟିଏ ପଟେ ଶରୀରର ପୀଡା ଓ ଅନ୍ୟପଟେ ପରିବାର ଆଖିରେ ଲୁହ । ସେ ସମୟରେ ଲାଗୁଥିଲା ଏ ଦୁର୍ବିସହ ଜୀବନ କିପରି ଜିଇଁବେ । ହେଲେ ମନରେ ଦୃଢ ଆତ୍ମବିଶ୍ୱାସ ଅସ୍ତ୍ର ପାଲଟିଥିଲା । ପରୋପକାରୀ ମହିଳା ସୁକାନ୍ତି ପାଢୀ ନିଜ ମନକୁ ଦୃଢ କରି କର୍କଟ ସହ ଲଢି ଜୀବନଯୁଦ୍ଧରେ ବିଜୟୀ ହୋଇ ଅନ୍ୟ କ୍ୟାନ୍ସର ରୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । (

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ